Advertisment

ପଦଚ୍ୟୁତ ହେଲେ ସରପଞ୍ଚ: ମିଥ୍ୟା ସତ୍ୟପାଠ ଦାଖଲ କରିବା ମହଙ୍ଗା ପଡ଼ିଲା

ମିଥ୍ୟା ସତ୍ୟପାଠ ଦାଖଲ କରିବା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଲା । ପଦଚ୍ୟୁତ ହେଲେ ସରପଞ୍ଚ । ତଳ କୋର୍ଟଙ୍କ ରାୟକୁ କାଏମ ରଖିଲେ ନୟାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ।

author-image
Niharika Rout
ଅଦ୍ୟତନ ହୋଇଛି
sarapanch

sarapanch

ମିଥ୍ୟା ସତ୍ୟପାଠ ଦାଖଲ କରିବା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଲା । ପଦଚ୍ୟୁତ ହେଲେ ସରପଞ୍ଚ । ତଳ କୋର୍ଟଙ୍କ ରାୟକୁ କାଏମ ରଖିଲେ ନୟାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ । ନୟାଗଡ଼ ଜିଲ୍ଲା ନବଘନପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା ।

Advertisment

ନବନିର୍ବାଚିତ ସରପଞ୍ଚ କବିରାଜ ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଥିଲା । ଏସଡିଜେଏମ୍ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଦେବା ପରେ ଗତ ଡିସେମ୍ବର ୨୬ ତାରିଖରେ ସରପଞ୍ଚ ପଦ ଗ୍ରହଣ କରିଥିଲେ ଚିତ୍ତରଞ୍ଜନ ଭଞ୍ଜ।

କବିରାଜ ସାହୁଙ୍କୁ ପଦଚ୍ୟୁତ୍ କରିବା ସହ କୋର୍ଟ ବିପକ୍ଷ ପାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ସରପଞ୍ଚ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ଚ୍ୟାଲେଞ୍ଜ କରି କବିରାଜ ଅତିରିକ୍ତ ଜିଲ୍ଲା ଜଜ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହେଲେ ଏହି କୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ଫଳରେ ଚିତ୍ତରଞ୍ଜନ ଭଞ୍ଜଙ୍କ ସରପଞ୍ଚ ପଦବୀ ଏକ ପ୍ରକାର ପକ୍କା ହୋଇଛି।

Advertisment

ସୂଚନାଯୋଗ୍ୟ ଯେ, ନୟାଗଡ଼ ବ୍ଲକ ନବଘନପୁର ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ରହିଥିଲେ ।କବିରାଜ ସାହୁଙ୍କଠାରୁ ଚିତ୍ତରଞ୍ଜନ ଭଞ୍ଜ ୭୨ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ସତ୍ୟପାଠରେ କବିରାଜଙ୍କ ନାମରେ କୌଣସି ମାମଲା ନଥିବା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବରେ ତାଙ୍କ ନାମରେ ଦୁଇଟି ମାମଲା ରହିଥିଲା ।

ନୟାଗଡ଼ ଟାଉନ ଥାନାରେ ମଦ କାରବାର ନେଇ ଏହି ମାମଲା ରହିଛି । ଏହି ଘଟଣାକୁ ନେଇ ତାଙ୍କ ବିପକ୍ଷ ପ୍ରାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ତାଙ୍କ ପଦବୀକୁ ରଦ୍ଦ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନୟାଗଡ଼ ଏସଡିଜେଏମ୍ କବିରାଜଙ୍କୁ ପଦଚ୍ୟୁତ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ବିପକ୍ଷରେ ରହିଥିବା ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ଜନମତ ପାଇଥିବା ଚିତ୍ତରଞ୍ଜନ ଭଞ୍ଜକୁ ସରପଞ୍ଚ ଭାବେ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ତଳ କୋର୍ଟଙ୍କ ରାୟକୁ ଉପର କୋର୍ଟ ଗତ ଫେବୃଆରୀ ୨୮ ତାରିଖରେ କାଏମ ରଖିବା ପରେ ନବଘନପୁର ପଞ୍ଚାୟତରେ ଏକ ପ୍ରକାର ଖୁସିର ଲହରୀ ଖେଳି ଯାଇଛି ।

Nayagarh Court Notice Nayagarh Sarapanch