ଷଡ଼ଯନ୍ତ୍ରରେ ଶିକାର ହେଲେ ସରପଞ୍ଚ ସୌମ୍ୟ ! ଆଗକୁ କ’ଣ କରିବେ ?

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ଅନ୍ୟାୟ ବିରୋଧରା ସ୍ୱର ଉଠାଇବା ମହଙ୍ଗା ପଡ଼ିଲାକି ?  ପରୀ ପାଇଁ ବଳି ପଡିଗଲେ କି  ସରପଞ୍ଚ ସୌମ୍ୟରଂଜନ ? କାରଣ ନୟାଗଡ଼ର ପରୀ ପାଇଁ ଲଢ଼େଇ କରି ଚର୍ଚ୍ଚାରେ ଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ଥାବ ପାରିତ ହୋଇଛି। ଆଜି  ତାଙ୍କ ବିରୋଧରେ ତଥା ଅନାସ୍ଥା ସପକ୍ଷରେ ପଡିଛି ସବୁ ଭୋଟ । ଆସ୍ଥା ଭୋଟରେ ହାରି ଯାଇଥିବା ସୌମ୍ୟରଂଜନଙ୍କ ସରପଞ୍ଚ ପଦବୀ ଯିବା ସ୍ପଷ୍ଟ ହୋଇଥିବା ବେଳେ […]

gbn

Tapas Behera
  • Published: Tuesday, 20 April 2021
  • , Updated: 20 April 2021, 07:29 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ଅନ୍ୟାୟ ବିରୋଧରା ସ୍ୱର ଉଠାଇବା ମହଙ୍ଗା ପଡ଼ିଲାକି ?  ପରୀ ପାଇଁ ବଳି ପଡିଗଲେ କି  ସରପଞ୍ଚ ସୌମ୍ୟରଂଜନ ? କାରଣ ନୟାଗଡ଼ର ପରୀ ପାଇଁ ଲଢ଼େଇ କରି ଚର୍ଚ୍ଚାରେ ଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ଥାବ ପାରିତ ହୋଇଛି। ଆଜି  ତାଙ୍କ ବିରୋଧରେ ତଥା ଅନାସ୍ଥା ସପକ୍ଷରେ ପଡିଛି ସବୁ ଭୋଟ । ଆସ୍ଥା ଭୋଟରେ ହାରି ଯାଇଥିବା ସୌମ୍ୟରଂଜନଙ୍କ ସରପଞ୍ଚ ପଦବୀ ଯିବା ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରକୁ ନେଇ ସେ ମୁହଁ ଖୋଲିଛନ୍ତି। କହିଛନ୍ତି  ଯେଉଁ ଦିନଠାରୁ ନୋଟିସ୍‌ ପାଇଥିଲି ସେବେଠାରୁ ମୁଁ ଅନାସ୍ଥାକୁ ନେଇ ନିଶ୍ଚିତ ହୋଇଯାଇଥିଲି।

ହେଲେ ସେଥିପାଇଁ ମୁଁ ଦୁଃଖିତ ନୁହଁ। କାରଣ ଯେଉଁଠି ଜୋର, ଜୁଲମ ଓ ଭୟ ସୃଷ୍ଟି କରଯାଉଛି ସେ ଜାଗାରେ ଲୋକେ ନିଶ୍ଚିତ ସେପଟକୁ ଯିବେ।  ମୋ ପାଖରେ ସେତିକି ଆର୍ଥିକ ଅବସ୍ଥା ନାହିଁ ଯେ, ୱାର୍ଡ଼ ମେମ୍ବର ମାନଙ୍କୁ ଟଙ୍କା ଦେଇ ରଖିବା ଓ ବାହାର ହୋଟେଲରେ ନେଇ ରଖିବ। କିଛି ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲି। ତାର ପରିଣାମ ଭୋଗିବାକୁ ପଡ଼ିଲା। ତଥାପି ମୁଁ ହାରି ନାହିଁ ବୋଲି ସେ କହିଛନ୍ତି। ଯେମିତି ପୂର୍ବରୁ ଅନ୍ୟାୟ ବିରୋଧରେ ଲଢ଼ୁଥିଲି ଆଜି ବି ଲଢ଼ୁଛି ଓ ଆଗକୁ ଲଢ଼ିବି ବୋଲି ସେ କହିଛନ୍ତି। ଏହା ମଧ୍ୟ ମୋ ପାଇଁ ଏକ ଶିକ୍ଷା , ଯାହାକି ରାଜନୀତିରେ କ୍ଷମତା ଓ ଉଚ୍ଚ ପାହ୍ୟାରେ ଥିବା ଲୋକେ ତଳକୁ ଖସି ଯାଆନ୍ତି ଓ ହଇରାଣ କରନ୍ତି।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ରାଉତରାପୁର ଗାଁ ର ସୌମ୍ୟରଂଜନ ପ୍ରଧାନ ପେଷାରେ ଜଣେ ଇଞ୍ଜିନିୟର ଥିଲେ। ତେବେ ଗାଁ ମାଟିର ମୋହରେ ଜନସେବା ସହ ନିଜ ପଞ୍ଚାୟତର ଉନ୍ନତି କରିବା ଉଦ୍ଦେଶ୍ୟରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ ସୌମ୍ୟ । ସ୍ୱାଧୀନ ଭାବେ ଲଢ଼େଇ କରି ଗତ ତ୍ରିସ୍ତରୀ ପଞ୍ଚାୟତ ନିର୍ବାଚନରେ  ବିଜୟୀ ହୋଇଥିଲେ ସୌମ୍ୟ । ଅନେକ ବିକାଶ ମୂଳକ ତଥା ନିଜସ୍ୱ ଜ୍ଞାନରେ ପଞ୍ଚାୟତର ଉନ୍ନତି ମଧ୍ୟ କରିଛନ୍ତି ସୌମ୍ୟ। । ମାତ୍ର ତାଙ୍କ ପଞ୍ଚାୟତ ଯଦୁପୁର ଗାଁର କୁନି ଝିଅ ପରୀ ହତ୍ୟା ଘଟଣାରେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ସହ ଅଡ଼ିଓ ଲୋକମାନଙ୍କ ସାମ୍ନାକୁ ଆଣିଥିଲେ ସୌମ୍ୟରଂଜନ । ଏଥିସହ ଅଙ୍ଗ ତସ୍କରି ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଥିଲେ ।

ହେଲେ ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବିରୋଧରେ ମୁଁହ ଖୋଲିବା ତାଙ୍କ ପାଇଁ  ମହଙ୍ଗା ପଡିଛି ।  ପ୍ରଥମେ ସବୁ ବିକାଶ ମୂଳକ କାର୍ଯ୍ୟ ବନ୍ଦ କରାଯିବା ସହ ସୌମ୍ୟଙ୍କୁ ପ୍ରଶାସନ ଅସହଯୋଗ କରିଥିବା ସେ ଅଭିଯୋଗ କରିଥିଲେ। ପରେ ୱାର୍ଡ ସଭ୍ୟ ମାନଙ୍କୁ ରାତି ଅଧିଆ ଉଠାଇ ନେଇ ବାହାର ଜିଲ୍ଲାରେ ଦୀର୍ଘ ମାସେ ହେବ ରଖା ଯାଇ ସୁପରିକଳ୍ପିତ ଅନାସ୍ଥାରେ ତାଙ୍କୁ ମାତ ଦିଆଗଲା । ମୋଟ ୧୬ ଜଣ ୱାର୍ଡ ସଭ୍ୟଙ୍କ ଭିତରୁ ଆଜି ଅନାସ୍ଥାରେ ଉପସ୍ଥିତ ୧୫ ଜଣ ଯାକ ସୌମ୍ୟଙ୍କ ବିରୋଧରେ ମତଦାନ କରିଛନ୍ତି । ତେବେ ସୌମ୍ୟ ପଦବି ହରାଇଲା ପରେ ମଧ୍ୟ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି।

ତେବେ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ହାତ ଗଣତି କେଇ ମାସ ଥିବା ବେଳେ ସୌମ୍ୟଙ୍କୁ ପଦବିରୁ ହଟାଇବାର ପ୍ରୟାସ କେଉଁ ହୀନ ମାନସିକତା ନା ଅହଂକାରର ପ୍ରତିଫଳନ ସେନେଇ ପ୍ରଶ୍ନ ଉଠିଛି । ଆଉ  ତୃଣମୂଳସ୍ତରର ରାଜନୀତି ପାଇଁ ଏହା ଆଦୌ ଶୁଭ ଲକ୍ଷଣ ନୁହେଁ ବୋଲି ଆଲୋଚନା ହେଉଛି।

Related story