Advertisment

ପୋଷାକ ପାଇଁ ଶିକ୍ଷକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

ନୟାଗଡ଼(ଓଡ଼ିଶା ରିପୋର୍ଟର): ପୋଷାକ ପାଇଁ ଶିକ୍ଷକଙ୍କୁ ସ୍କୁଲ ପରିସରରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ନୟାଗଡ ବରପଲ୍ଲୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ।  କରୋନା ସମୟରେ ଦେଢ଼ ବର୍ଷ ହେବ ବିଦ୍ୟାଳୟ ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରୁ ପୋଷାକ ପାଇନଥିଲେ ଏହାକୁ ନେଇ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ। ଗତ କାଲି ଶିକ୍ଷକ ମାନେ ବିଦ୍ୟାଳୟକୁ ଆସିବା ମାତ୍ରେ ସେମାନଙ୍କୁ ଘେରି ଯାଇଥିଲେ ଛାତ୍ରଛାତ୍ରୀ।  ଛାତ୍ର ଛାତ୍ରଛାତ୍ରୀ ମାନେ  ବିଦ୍ୟାଳୟ ମୁଖ୍ୟ […]

ପୋଷାକ ପାଇଁ ଶିକ୍ଷକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

678

Advertisment

ନୟାଗଡ଼(ଓଡ଼ିଶା ରିପୋର୍ଟର): ପୋଷାକ ପାଇଁ ଶିକ୍ଷକଙ୍କୁ ସ୍କୁଲ ପରିସରରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ନୟାଗଡ ବରପଲ୍ଲୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ।  କରୋନା ସମୟରେ ଦେଢ଼ ବର୍ଷ ହେବ ବିଦ୍ୟାଳୟ ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରୁ ପୋଷାକ ପାଇନଥିଲେ ଏହାକୁ ନେଇ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ। ଗତ କାଲି ଶିକ୍ଷକ ମାନେ ବିଦ୍ୟାଳୟକୁ ଆସିବା ମାତ୍ରେ ସେମାନଙ୍କୁ ଘେରି ଯାଇଥିଲେ ଛାତ୍ରଛାତ୍ରୀ।  ଛାତ୍ର ଛାତ୍ରଛାତ୍ରୀ ମାନେ  ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇବା ସହ ଶିକ୍ଷକ ଙ୍କୁ ଅଟକ ରଖି ସ୍କୁଲ ସାମ୍ନାରେ ଧାରଣାରେ ବସି ରହିଥିଲେ ।  ତେବେ ବିଦ୍ୟାଳୟ କମିଟି ହସ୍ତକ୍ଷେପ କରିବାରୁ ତାଲା ଖୋଲି ଶିକ୍ଷକ ମାନଙ୍କୁ ଛାତ୍ରଛାତ୍ରୀ ମାନେ ଛାଡିଥିଲେ ।  କିଛି ଲୋକଙ୍କ ପ୍ରରୋଚନାରେ ଛାତ୍ରଛାତ୍ରୀ ମାନେ ଏପରି କାଯ୍ୟ କରିଥିବା ପ୍ରଧାନ ଶିକ୍ଷକ ଅଭିଯୋଗ କରିଥିବା ବେଳେ ୩ଜଣ ବ୍ୟକ୍ତି ଙ୍କ ନାମରେ ସ୍କୁଲ ପକ୍ଷରୁ  ଥାନାରେ ଅଭିଯୋଗ ହୋଇଥିବା ସେ ସୂଚନା ଦେଇଛନ୍ତି।  ଖୁବଶୀଘ୍ର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସ୍କୁଲ କମିଟି ଓ ଶିକ୍ଷକ କମିଟି ମିଳିତ ନିଷ୍ପତି ନେଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe