Advertisment

ପ୍ରେମିକା ପାଇଁ ପତ୍ନୀଙ୍କୁ ସୁପାରି କିଲରଙ୍କ ହାତରେ ଛାଡ଼ି ଦେଲା ସ୍ୱାମୀ...

ନୟାଗଡ଼(ଓଡ଼ିଶା ରିପୋର୍ଟର): ପ୍ରେମିକା ପାଇଁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ । ସୁପାରି କିଲରଙ୍କ ସହାୟତାରେ ପତ୍ନୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରି ସରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଶବକୁ ରଶିରେ ଝୁଲାଇ ଦେଇଥିଲା ସ୍ୱାମୀ ।ଏଭଳି ଅଭାବନୀୟ ଘଟଣାର ପର୍ଦ୍ଦାଫାସ କରିଛି ନୟାଗଡ଼ ପୁଲିସ । ନୟାଗଡ଼ ଶରଣକୁଳର ନବ ବଧୂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଧରି ପୁଲିସର ତନାଘନା ଜାରି ରହିଛି । ଆଜି ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ […]

author-image
Tapas Behera
ପ୍ରେମିକା ପାଇଁ ପତ୍ନୀଙ୍କୁ ସୁପାରି କିଲରଙ୍କ ହାତରେ ଛାଡ଼ି ଦେଲା ସ୍ୱାମୀ...

hbvc

ନୟାଗଡ଼(ଓଡ଼ିଶା ରିପୋର୍ଟର): ପ୍ରେମିକା ପାଇଁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ । ସୁପାରି କିଲରଙ୍କ ସହାୟତାରେ ପତ୍ନୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରି ସରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଶବକୁ ରଶିରେ ଝୁଲାଇ ଦେଇଥିଲା ସ୍ୱାମୀ ।ଏଭଳି ଅଭାବନୀୟ ଘଟଣାର ପର୍ଦ୍ଦାଫାସ କରିଛି ନୟାଗଡ଼ ପୁଲିସ । ନୟାଗଡ଼ ଶରଣକୁଳର ନବ ବଧୂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଧରି ପୁଲିସର ତନାଘନା ଜାରି ରହିଛି । ଆଜି ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଯାଇଛି । ୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରିଛି ସ୍ଥାନୀୟ ପୁଲିସ।

Advertisment

ଶରଣକୁଳର ଜଣେ ନବ ବଧୂଙ୍କୁ ସୁପାରି ଦେଇ ତାର ସ୍ୱାମୀ ହତ୍ୟା କରିଥିବା ଜଣାପଡିବା ପରେ ପୁଲିସ ତନାଘନା ଆରମ୍ଭ କରିଛି।  ଗତ ଜାନୁୟାରୀ ୨୯ତାରିଖରେ ଶରଣକୁଳ ସୁଆର ସାହିର ଅଖି ମହାପାତ୍ରଙ୍କ ପତ୍ନୀ ସଶ୍ମିତାଙ୍କ ମୃତଦେହ ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।  ପୁଲିସର କହିବାନୁଯାୟୀ, ସସ୍ମିତାଙ୍କ ସ୍ୱାମୀ ଅଖିଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଏଥିପାଇଁ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲା । ଏହି କାରଣରୁ ଅଖି ନିଜ ପତ୍ନୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ପୁଲିସ କହିଛି ।