Advertisment

୯ମ ଶ୍ରେଣୀ ଛାତ୍ରୀଙ୍କ ବାହାଘର ଅଟକାଇଲା ପୁଲିସ

ଟେଣ୍ଡ ବନ୍ଧା ସରିଥିଲା। ବିବାହ ମଣ୍ଡପ ପ୍ରସ୍ତୁତ ରହିଥିଲା। ବରଯାତ୍ରୀଙ୍କ ନିମନ୍ତେ ଭୋଜିଭାତ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Child Marriage

Child Marriage

ଟେଣ୍ଡ ବନ୍ଧା ସରିଥିଲା। ବିବାହ ମଣ୍ଡପ ପ୍ରସ୍ତୁତ ରହିଥିଲା। ବରଯାତ୍ରୀଙ୍କ ନିମନ୍ତେ ଭୋଜିଭାତ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା। ୯ମ ଶ୍ରେଣୀରେ ପାଠପଢ଼ୁଥିବା ୧୩ ବର୍ଷିୟ ଜଣେ ନାବାଳିକାକୁ ମାତ୍ର କେଇଘଣ୍ଟା ପରେ ପହଞ୍ଚି ବିବାହ କରି ନେଇ ଯାଇଥାଆନ୍ତା ୨୭ ବର୍ଷିୟ ବର। ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ବାଲ୍ୟ ବିବାହକୁ ରୋକିଛନ୍ତି। ନାବାଳିକାଙ୍କୁ ଉଦ୍ଧାର କରି ଥଇଥାନ କରିଛନ୍ତି। ଫଳରେ ଏକ ନାବାଳିକାଙ୍କ ଜୀବନ ସୁରକ୍ଷା ହୋଇଯାଇପାରିଛି।

Advertisment

ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ଏହି ବିବାହ ହେବାର ଥିଲା। ରଣପୁର ଲଡୁକେଶରପୁର ଅଞ୍ଚଳରେ ଜଣେ ଯୁବକ ସହ ନାବାଳିକାଙ୍କ ବିବାହ ହେଉଥିଲା। ଖବର ପାଇ ପ୍ରଥମେ ଘଟଣାସ୍ଥାଳରେ ସ୍ଥାନୀୟ ଚାଇଲଡ ଲାଇନ କର୍ମଚାରୀମାନେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ଶିଶୁ ସୁରକ୍ଷା ଆଇନ୍ ଓ ଏଥିରେ ଥିବା କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ସହ ଶିଶୁର ଜୀବନ କିପରି ବିପଦରେ ପଡ଼ିପାରେ ବୁଝାଇଥିଲେ। ହେଲେ ପରିବାର ଲୋକେ ବୁଝିବାକୁ ନାରାଜ ଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ, ଆଶା ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ଆଇନ୍‌ ହାତକୁ ନିଆଯାଉଥିବା ଦେଖି ଚାଇଲ୍ଡ ଲାଇନ୍‌ ପକ୍ଷରୁ ରଣପୁର ଥାନା ପୁଲିସର ହସ୍ତକ୍ଷେପ ଲୋଡ଼ା ଯାଇଥିଲା।

ପୁଲିସ ପହଞ୍ଚି ନାବାଳିକାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ନାବାଳିକାଙ୍କୁ ଉଦ୍ଧାର କରି ଥାନାକୁ ଯାଇଥିଲା। ସେଠାରୁ ଏହି ନାବାଳିକାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ କାଉନସିଲିଂ କରାଯାଇଥିଲା ଏବଂ ତାଙ୍କୁ ନୟାଗଡ଼ ସଖୀ କେନ୍ଦ୍ରରେ ଥଇଥାନ କରାଯାଇଛି।

Advertisment
Crime Nayagarh Child Marriage