Lightning
ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ ଆଜି କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶରଣକୁଳ ଥାନା ଅନ୍ତର୍ଗତ ଭିନ୍ନ ଭିନ୍ନ ଗାଁର।
ସେମାନେ ହେଉଛନ୍ତି ଶରଣକୁଳ ଥାନା ଜାକେଡ଼ା ଗାଁର ପଦ୍ମା ପ୍ରଧାନ (୫୦), ମହୁଲିଆ ଗାଁର ଜିତେନ୍ଦ୍ର ଦୋରା (୧୮) ଓ ଭାଲିଆଡ଼ିହି ଗାଁର ଧନେଶ୍ୱର ପରିଡ଼ା (୬୦)।
ପଦ୍ମା ପ୍ରଧାନ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଜିତେନ୍ଦ୍ର ଦୋରା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରପାତରେ ଜୀବନ ହରାଇଲେ। ଭାଲିଆଡ଼ିହିର ଧନେଶ୍ୱର ପରିଡ଼ା ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କ ଜୀବନ ଚାଲିଗଲା।
ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Lightning_1682351877.jpg)