Advertisment

ଅପରାହ୍ନ କାଳବୈଶାଖୀ ଅସ୍ତ କରିଦେଲା ୨ ଜୀବନ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା-ଖଳିସାହି ରାସ୍ତାର ଅଁଳାପଟା ନିକଟରେ ଗୋଟିଏ ଘଟଣା ଘଟିଥିବା ବେଳେ ଗଣିଆ ଥାନା ଅନ୍ତର୍ଗତ ଦଶପଲ୍ଲାରେ ଦ୍ୱିତୀୟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
injured

injured

Advertisment

ଆଜି ଅପରାହ୍ନର କାଳବୈଶାଖୀ ଅସ୍ତ କରିଦେଲା ୨ ଜୀବନ। ବାଟରେ ଆସୁଥିବା ବେଳେ ଉପରେ ଗଛ ଡ଼ାଳ ପଡ଼ି ଯିବାରୁ ଏହି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା-ଖଳିସାହି ରାସ୍ତାର ଅଁଳାପଟା ନିକଟରେ ଗୋଟିଏ ଘଟଣା ଘଟିଥିବା ବେଳେ ଗଣିଆ ଥାନା ଅନ୍ତର୍ଗତ ଦଶପଲ୍ଲାରେ ଅନ୍ୟ ଘଟଣାଟି ଘଟିଛି। ପ୍ରଥମ ଘଟଣାଟିରେ ଚଳନ୍ତା ଅଟୋ ଉପରେ ଗଛ ଡାଳ ପଡ଼ିବାରୁ ଏଥିରେ ଯାଉଥିବା ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ମହିଳା ଗୁରୁତର ହୋଇଛନ୍ତି।

Advertisment

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା-ଖଳିସାହି ରାସ୍ତାର ଅଁଳାପଟା ନିକଟରେ ଏହି ଅଘଟଣ ଘଟିଛି। ୩ ଗୁରୁତରଙ୍କୁ ସ୍ଥାନୀୟ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଖଣ୍ଡପଡ଼ା କିଆଝରି ପଞ୍ଚାୟତ ହରିଜନସାହିର ରସ୍ମିତା ନାୟକ(୨୮), ତାଙ୍କ ମା’ ରୋମା ନାୟକ, ସମ୍ପର୍କିୟ ଝିଲି ନାୟକ ଓ ବିମଳା ନାୟକ। ଆଜି ଅପରାହ୍ନରେ ହରିଜନ ସାହିରୁ ପରିବାର ଲୋକେ କୌଣସି କାମରେ ଯାଉଥିଲେ। ବାଟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଆରମ୍ଭ ହୋଇଯାଇଥିଲା। ରାସ୍ତା କଡ଼ରେ ଥିବା ଏକ ଜାମୁ ଗଛ ଡାଳ ପବନରେ ଭାଙ୍ଗିଥିଲା। ଏହାର ଡାଳ ତଳେ ଅଟୋ ଚାପି ହୋଇଯାଇଥିଲା।

ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଅଟୋ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଆଣିଥିଲେ। ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment
deadମୃତ ଆଇସ୍‌କ୍ରିମ୍ ବିକାଳିଙ୍କ ପାଖରେ ଦୁଃଖରେ ବସିଥିବା ପରିବାର ଲୋକ।

ସେହିପରି ଦ୍ୱିତୀୟ ଘଟଣାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଗଛ ଡାଳ ପଡ଼ି ଆଇସକ୍ରିମ୍ ବେପାରୀ ମୃତ ହୋଇଛି। ଗଣିଆ ଥାନା ଅନ୍ତର୍ଗତ ଦଶପଲ୍ଲା କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏହି ଅଘଟଣ ଘଟିଛି। ମୃତକ ଜଣକ ଖଣ୍ଡପଡା ଥାନା ଅନ୍ତର୍ଗତ ମାଧବେରେଣୀ ଗ୍ରାମର ନବ ଖଟୁଆ(୫୫)।

ସେ ସବୁଦିନ ପରି ଆଜି ଅପରାହ୍ନରେ ଆଇସକ୍ରିମ ବେପାର ସାରି ନିଜ ଘରକୁ ଫେରୁଥିବା ବେଳେ ବାଟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା। ଏଥିରୁ ରକ୍ଷା ପାଇବାକୁ ସେ ରାସ୍ତା ପାର୍ଶ୍ୱ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପ୍ରବଳ ପବନରେ ଆମ୍ବ ଗଛର ଏକ ବିରାଟ ଡାଳ ଭାଙ୍ଗି ତାଙ୍କରି ଉପରେ ପଡ଼ି ଯାଇଥିଲା। ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ତାଙ୍କୁ ଉଦ୍ଧାର କରି ଦମକଳ ଗାଡ଼ି ଯୋଗେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ତାଙ୍କ ମୁଣ୍ଡରେ ବିରାଟ କ୍ଷତ ହୋଇଥିବାରୁ ବହୁ ରକ୍ତସ୍ରାବ ହୋଇସାରିଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Nayagarh Thunderstorm Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe