/odisha-reporter/media/post_attachments/uploadimage/library/16_9/16_9_0/IMAGE_1682422996.jpg)
Lightning Strike
ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଭାଲୁଖାଇ ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳକ ଗାଁର ନରେଶ ନାୟକଙ୍କ ପୁଅ ସର୍ବେଶ୍ୱର ନାୟକ (୧୦)। ଦୁଇ ଆହତ ହେଲେ ପତିତ ନାୟକ (୪୨) ଓ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ (୧୨)।
ସୂଚନା ଅନୁସାରେ, ଭାଲୁଖାଇ ଗାଁରେ ଆଜି ଜେସିବି ଯୋଗେ ପୋଖରୀ ଖୋଳା ଯାଉଥିଲା। ତେଣୁ ସେଠାରେ ଅନେକ ଲୋକ ଜମା ହୋଇଥିଲେ। ସେମାନଙ୍କ ମଧ୍ୟରେ ସର୍ବେଶ୍ୱର, ପତିତ ଓ ଚନ୍ଦନ ବି ଥିଲେ। ସେହି ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ବର୍ଷା ଯୋଗୁ ସର୍ବେଶ୍ୱର, ପତିତ ଓ ଚନ୍ଦନ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ସେମାନେ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସର୍ବେଶ୍ୱର ସେଠାରେ ହିଁ ଟଳି ପଡ଼ିଥିଲେ।
ପରିବାର ଲୋକେ ସର୍ବେଶ୍ୱରଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ପତିତ ଓ କାଳନ୍ଦୀଙ୍କୁ ମଧ୍ୟ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
