Advertisment

ବଡ଼କୁ ପିଟିପିଟି ମାରିଦେଲେ, ସାନ ଭାଇ ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା।

author-image
Niranjan Mishra
ଅଦ୍ୟତନ ହୋଇଛି
group clash

group clash

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା। ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ। କିଛି ଲୋକ ଜଣେ ଯୁବକଙ୍କୁ ଠେଙ୍ଗା ଓ ଇଟାରେ ପିଟିପିଟି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛି। ଫତେଗଡ଼ ଥାନା କାଦୁଆପଡ଼ା ଗାଁରେ ଗତରାତି ଏହି ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ଶରତ କୁମାର ପଣ୍ଡା (୨୭) ଓ ଆହତ ତାଙ୍କ ସାନ ଭାଇ ବସନ୍ତ କୁମାର ପଣ୍ଡା। ଏନେଇ ଶରତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଅଭିଯୋଗ ମୁତାବକ, ଗାଁରେ ଯାତ୍ରା ଚାଲିଥିବା ବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଗାଳିଗୁଲଜ ଏବଂ ପରେ ୨ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଠେଙ୍ଗା ଓ ଇଟା ମାଡ଼ରେ ଶରତଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ବସନ୍ତଙ୍କୁ କୌଣସି ମତେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ କାଦୁଆପଡ଼ା ଗାଁରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।

Advertisment
Beaten To Death