Advertisment

ନୟାଗଡ଼: ଗୋଡ଼ିପଡ଼ା ଫାଣ୍ଡିରେ ପୋଲିସ୍-ଜନତା ମୁହାଁମୁହିଁ

ନୟାଗଡ଼: ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ଫାଣ୍ଡି ସମ୍ମୁଖରେ ଘଟି ଯାଇଛି ତୁମୁଳକାଣ୍ଡ। ଆନ୍ଦୋଳନକାରୀମାନେ ପୋଲିସ୍ ଉପରେ ଟେକାପଥର ମାଡ଼ କରିବା ସହିତ ଗାଡ଼ି ଭଙ୍ଗାରୁଜା କରି ଥିଲେ। ଲୋକଙ୍କୁ ଥାନା ସମ୍ମୁଖରୁ ତଡ଼ିବାକୁ ଓ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଥିଲା। ଏହା ସହିତ ପୋଲିସ୍ ରବର୍ ବୁଲେଟ୍ ମାଡ଼ ମଧ୍ୟ କରିଥିଲା। ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ଜଣ ଆହତ […]

ଅଦ୍ୟତନ ହୋଇଛି
ନୟାଗଡ଼: ଗୋଡ଼ିପଡ଼ା ଫାଣ୍ଡିରେ ପୋଲିସ୍-ଜନତା ମୁହାଁମୁହିଁ

nayagrah

Advertisment

ନୟାଗଡ଼: ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ଫାଣ୍ଡି ସମ୍ମୁଖରେ ଘଟି ଯାଇଛି ତୁମୁଳକାଣ୍ଡ। ଆନ୍ଦୋଳନକାରୀମାନେ ପୋଲିସ୍ ଉପରେ ଟେକାପଥର ମାଡ଼ କରିବା ସହିତ ଗାଡ଼ି ଭଙ୍ଗାରୁଜା କରି ଥିଲେ। ଲୋକଙ୍କୁ ଥାନା ସମ୍ମୁଖରୁ ତଡ଼ିବାକୁ ଓ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଥିଲା। ଏହା ସହିତ ପୋଲିସ୍ ରବର୍ ବୁଲେଟ୍ ମାଡ଼ ମଧ୍ୟ କରିଥିଲା। ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ଜଣ ଆହତ ହୋଇଛନ୍ତି।

Advertisment

ଗତ ୧୬ ତାରିଖରେ ପଞ୍ଚମୁରର ରଙ୍କନିଧି ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତଦେହ ଏକ ପୋଲ ତଳୁ ଉଦ୍ଧାର ହୋଇଥିଲା। ରଙ୍କନିଧିଙ୍କୁ ତାଙ୍କ ମାଉସୀ ପୁଅ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଛାଡି ଦେଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଗୋଡ଼ିପଡ଼ା ଫାଣ୍ଡି ଘେରାଉ କରିବା ସହ ଥାନା ଉପରେ ଆକ୍ରମଣ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe