Advertisment

ଭୁବନେଶ୍ୱରରେ ଦ୍ରୌପଦୀ ମୁର୍ମୁ, ନାଚଗୀତରେ ଦୁଲୁକିଲା ବିମାନବନ୍ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର। ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଛି। ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଦ୍ରୌପଦୀ ମୁର୍ମୁ, ନାଚଗୀତରେ ଦୁଲୁକିଲା ବିମାନବନ୍ଦର

draupadi murmu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର। ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଛି। ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡା, ଟୁକିନି ସାହୁ, , ବିଧାୟକ ଦେବୀ ମିଶ୍ର, ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ଓ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ, ବିଜେପି ଓ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ।

Advertisment

[caption id="attachment_747604" align="aligncenter" width="650"]BBSR ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀରେ ନୃତ୍ୟରେ କମ୍ପୁଛି ବିମାନବନ୍ଦର[/caption]

ଶ୍ରୀମତୀ ମୁର୍ମୁ ରାଜ୍ୟ ଅତିଥି ଭବନରେ କିଛି ସମୟ ବିଶ୍ରାମ ନେବାପରେ ବିଧାନସଭା ନୂତନ ସମ୍ମିଳନୀ କକ୍ଷକୁ ଯାଇଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂସଦ ଓ ବିଧାୟକ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ସେମାନଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନ ନେଇ ଶ୍ରୀମତୀ ମୁର୍ମୁ ଆଲୋଚନା କରିବେ।

Advertisment

[caption id="attachment_747607" align="aligncenter" width="650"]bbsr ବିମାନବନ୍ଦରରେ ପାରମ୍ପରିକ ନାଚଗୀତର ଆସର[/caption]

ବିଧାନସଭାରୁ ଫେରିବା ପରେ ପୁଣି ଥରେ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ ଓ ସାଂସଦଙ୍କ ସହ ଶ୍ରମତୀ ମୁର୍ମୁ ଆଲୋଚନା କରିବେ। ଏହାପରେ ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟର ଆଲୋଚନା କରିବେ। ଏହାପରେ ଶ୍ରୀମତୀ ମୁର୍ମୁ ଦିନ ୧ଟାରେ ଭୁବନେଶ୍ୱରରୁ ଚାଟାର୍ଡ ଫ୍ଲାଇଟରେ ଲକ୍ଷ୍ନୌ ଯିବାର କାର୍ଯ୍ୟକ୍ରମ ରହିଛି।

President Election Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe