ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ସରକାର। ନିଜ ନାର୍ଯ୍ୟ ଦାବି ପାଇଁ ଲୋୟର ପିଏମିଜି ଛକରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାର ଡ୍ରାଇଭର। ଦାବିପୂରଣ ନ ହେଲା ଯାଏ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
୧୧ ଦଫା ଦାବି ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ଲୋୟର ପିଏମଜି ଛକରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଧାରଣାରେ ବସିଛନ୍ତି।
ଗତକିଛି ମାସ ତଳେ ସଂଘ ପକ୍ଷରୁ ମହା ରାଲିର ଆୟୋଜନ କରି ସରକାରଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା। ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ ନ କରିବାରୁ ଆନ୍ଦୋଳନକୁ ଜୋରଦାର କରିଛି ସଂଘ।
[caption id="attachment_728241" align="aligncenter" width="650"]
ଲୋୟର ପିଏମିଜିରେ ଧାରଣା ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ[/caption]
ଜଣେ ଆନ୍ଦୋଳନକାରୀ କହିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଲୋଭନ ଦେଖାଇ ବିଦା କରି ଦେଇଥିଲେ। ଏଥର ଆମର ହକ୍ ପାଇଁ
ରାସ୍ତାକୁ ଓହ୍ଲାଇଛୁ। ଆମ ଦାବି ପୂରଣ ନହେଲା ଯାଏ, ରାଜଧାନୀ ଛାଡ଼ିବୁ ନାହିଁ।
ଆଉ ଜଣେ ଆନ୍ଦୋଳନକାରୀ କହିଛନ୍ତି, ଆମେ ସରକାରଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମାଗୁ ନାହୁଁ। ଆମେ ଡ୍ରାଇଭରଙ୍କ ସୁରକ୍ଷା, ସମ୍ମାନ ଓ ବୀମା ଦାବି କରୁଛୁ। ଆମେ ଡ୍ରାଇଭରମାନେ ୧୦ ହଜାର ଟଙ୍କା ଟିଏଲ୍ ବନାଉଛୁ। ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାରଙ୍କ ପକ୍ଷରୁ କିଛି ମିଳୁନାହିଁ। ଡ୍ରାଇଭରମାନଙ୍କ ପାଇଁ ସରକାର ୪ ଲକ୍ଷ ଟଙ୍କା ବୀମା ଦେବା କଥା କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ତାହା ଘୋଷଣା ହେଲା ନାହିଁ। କୌଣସି ସ୍ଥାନରେ ଆମକୁ ମାଡ଼ ହେଲେ ଥାନାରେ ଅଭିଯୋଗ କଲେ ଥାନାବାଲା ଏତଲା ଗ୍ରହଣ କରୁ ନାହାନ୍ତି। କରୋନା ସମୟରେ ଆମେ ଦିନ ରାତି ଏକାଠି କରି କାମ କରୁଥିଲୁ। ସରକାର ପକ୍ଷରୁ ଆମକୁ କିଛି ସୁବିଧା ମିଳିଲା ନାହିଁ। ଆମେ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଛୁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।