Advertisment

ନିଟ୍ ୟୁଜି ରେଜଲ୍ଟ : ପ୍ରିୟ ସୋମଦତ୍ତ ନାୟକ ଓଡ଼ିଶା ଟପ୍ପର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ପ୍ରିୟ ସୋମଦତ୍ତ ନାୟକ। ସେ ୭୨୦ରୁ ୭୦୫ ମାର୍କ ରଖିଛନ୍ତି। ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ରହିଛି ୩୯। ପ୍ରିୟଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ।  ପ୍ରିୟ କହିଛନ୍ତି, ମୋର ୭୦୦ରୁ ଅଧିକ ମାର୍କ ରହିବ ବୋଲି ଅଶା ରଖିଥିଲି। ମୁଁ ଦିଲ୍ଲୀ ଏମ୍ସରେ ଏବିବିଏସ କରିବାକୁ ଚାହୁଁଛୁ। ପିଲାବେଳୁ ମୋର ଡାକ୍ତର ହେବାର ସ୍ୱପ୍ନ ଥିଲା। ମୁଁ ଏହି ଶ୍ରେୟ ମୋ […]

ଅଦ୍ୟତନ ହୋଇଛି
ନିଟ୍ ୟୁଜି ରେଜଲ୍ଟ : ପ୍ରିୟ ସୋମଦତ୍ତ ନାୟକ ଓଡ଼ିଶା ଟପ୍ପର

priya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ପ୍ରିୟ ସୋମଦତ୍ତ ନାୟକ।ସେ ୭୨୦ରୁ ୭୦୫ ମାର୍କ ରଖିଛନ୍ତି। ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ରହିଛି ୩୯। ପ୍ରିୟଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ।

Advertisment

 ପ୍ରିୟ କହିଛନ୍ତି, ମୋର ୭୦୦ରୁ ଅଧିକ ମାର୍କ ରହିବ ବୋଲି ଅଶା ରଖିଥିଲି। ମୁଁ ଦିଲ୍ଲୀ ଏମ୍ସରେ ଏବିବିଏସ କରିବାକୁ ଚାହୁଁଛୁ। ପିଲାବେଳୁ ମୋର ଡାକ୍ତର ହେବାର ସ୍ୱପ୍ନ ଥିଲା। ମୁଁ ଏହି ଶ୍ରେୟ ମୋ ବାପା, ମା’ ଓ ଶିକ୍ଷକଙ୍କୁ ଦେବି।

ପ୍ରିୟଙ୍କ ବାପା କହିଛନ୍ତି, ପୁଅ ୧୦ରୁ ୧୨ ଘଣ୍ଟା ପଢ଼ୁଥିଲା। ସେ ଟିଭି ଓ ମୋବାଇଲ ଦେଖେ ନାହିଁ, ସବୁବେଳେ ପାଠପଢ଼ାରେ ବ୍ୟସ୍ତ ରହିଥାଏ। ସେ ସନ୍ଧ୍ୟା ୮ଟାରୁ ଶୋଇପଡ଼େ ଓ ରାତି ୪ଟାରୁ ଉଠି ପାଠପଢ଼େ।

Advertisment

ଆଜି ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଛି। ରାଜସ୍ଥାନର ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି।ସେ ୯୯ ଦଶମିକ ନଅ ନଅ ପ୍ରତିଶତ ମାର୍କ ଆଣିଛନ୍ତି। ମୋଟ ୭୨୦ରୁ ୭୧୫ ରଖିଛନ୍ତି ତନିସ୍କା। ତାଙ୍କ ପଛକୁ ଦିଲ୍ଲୀର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ରହିଛନ୍ତି।ନିଟ୍ ୟୁଜି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିଟ୍‌ର ଅଫିସିଆଲ ୱେବସାଇଟ୍‌କୁ ଯାଇ ରେଜଲ୍ଟ ଦେଖିପାରିବେ।  ନିଟ୍ ପରୀକ୍ଷାର ଅଫିସିଆଲ ୱେବସାଇଟ୍ ହେଉଛି neet.nta.nic.inରେଜଲ୍ଟ ଡାଉନଲୋଡ୍ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଏହି ୱେବସାଇଟ୍‌କୁ ଯାଇ ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe