women footballers
ଭୁବନେଶ୍ୱର: ଭୁବନେଶ୍ୱର ଫେରି ଆସିଛନ୍ତି ଜାତୀୟ ଜୁନିୟର ବାଳିକା ଫୁଟବଲ ଦଳର ୪ ଓଡ଼ିଆ ଖେଳାଳି। ଭୂମିକମ୍ପ ପରେ ଏହି ଖେଳାଳିମାନେ କାଠମାଣ୍ଡୁରେ ଫସି ରହିଥିଲେ। ଫେରି ଆସିଥିବା ଖେଳାଳିମାନେ ହେଲେ ଶାନ୍ତି ମୁର୍ମୁ, ଜାନକୀ ମୁର୍ମୁ, ଇଭା ପାର୍ଣ୍ଣା ଓ ବନ୍ୟା କବିରାଜ। ଆଜି ଦିଲ୍ଲୀରୁ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ଟିମରେ ଥିବା ସହକାରୀ କୋଚ ତଥା ଆନ୍ତର୍ଜାତିକ ଫୁଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ଭୁବନେଶ୍ୱର ନଫେରି ଦିଲ୍ଲୀରେ ରହିଛନ୍ତି। ଶନିବାର ଭୂକମ୍ପ ସମୟରେ ଭାରତ ଓ ଇରାନ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା। ଏହି ସମୟରେ ଭୂମିକମ୍ପ ହେଉଥିବା ଜଣାପଡିବା ପରେ ଖେଳାଳିଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଗତକାଲି ଅପରାହ୍ଣ ପ୍ରାୟ ୫ଟାରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ । ବାୟୁସେନାର ଉଦ୍ଧାରକାରୀ ବିମାନରେ ସେମାନେ ଅନ୍ୟଭାରତୀୟଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/women-footballers-604x270.png)