Advertisment

ଚକଲେଟ୍ ରାପରରେ ଚତୁର୍ଦ୍ଧାମୂର୍ତ୍ତୀ, ବିରୋଧ ପରେ ଚେତିଲା କମ୍ପାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ପ୍ରତିଟି ଓଡ଼ିଆଙ୍କର ହୃଦୟରେ ବାସ କରନ୍ତି ମହାପ୍ରଭୁ ଜଗନ୍ନାଥ। ହେଲେ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି ଜଣାଶୁଣା ଚକଲେଟ୍ କମ୍ପାନୀ ନେସଲେ। ନେସଲେରେ ଚକଲେଟ୍ ପ୍ରଡକ୍ଟ କିଟକାଟ୍ ରାପରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ଫଟୋଚିତ୍ର। ଯାହାକୁ ନେଇ ବିବାଦ ଦେଖା ଦେଇଛି। ନେସଲେ କମ୍ପାନୀର କିଟକାଟ୍ ଚକଲେଟ୍‌ର ଏମିତି ଏକ ଉବ୍ଦଟ ବିଜ୍ଞାପନକୁ ନେଇ ଏବେ […]

ଚକଲେଟ୍ ରାପରରେ ଚତୁର୍ଦ୍ଧାମୂର୍ତ୍ତୀ, ବିରୋଧ ପରେ ଚେତିଲା କମ୍ପାନୀ

nestle

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ପ୍ରତିଟି ଓଡ଼ିଆଙ୍କର ହୃଦୟରେ ବାସ କରନ୍ତି ମହାପ୍ରଭୁ ଜଗନ୍ନାଥ। ହେଲେ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି ଜଣାଶୁଣା ଚକଲେଟ୍ କମ୍ପାନୀ ନେସଲେ। ନେସଲେରେ ଚକଲେଟ୍ ପ୍ରଡକ୍ଟ କିଟକାଟ୍ ରାପରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ଫଟୋଚିତ୍ର। ଯାହାକୁ ନେଇ ବିବାଦ ଦେଖା ଦେଇଛି।

Advertisment

ନେସଲେ କମ୍ପାନୀର କିଟକାଟ୍ ଚକଲେଟ୍‌ର ଏମିତି ଏକ ଉବ୍ଦଟ ବିଜ୍ଞାପନକୁ ନେଇ ଏବେ ସମଗ୍ର ଜଗନ୍ନାଥ ପ୍ରେମୀ ଖପ୍ପା। ମାର୍କେଟକୁ ଏହି ଚକଲେଟ୍ ଆସିବା ପରେ, ଚକଲେଟ୍ ରାପରକୁ ନେଇ ବିବାଦ ତେଜିବାର ଲାଗିଛି। ତୁରନ୍ତ ଚକଲେଟର ରାପରରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଉଠାଇବା ପାଇଁ ନେସଲେ କମ୍ପାନୀକୁ ଘନଘନ ଟୁଇଟ କରି ଚାଲିଛନ୍ତି ଭଗବତପ୍ରେମୀ। କାରଣ ଚକଲେଟ୍ ଖାଇବା ପରେ ରାସ୍ତାଘାଟ, ନାଳନର୍ଦ୍ଦମା ଓ ଡଷ୍ଟବିନ୍‌ରେ ପଡିବ ରାପର। ଯାହାକି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତାଙ୍କୁ ଅପମାନ ହେବା ସହ ହିନ୍ଦୁଧର୍ମାଲମ୍ବୀଙ୍କ ଭାଗନାକୁ କୁଠାରଘାତ କରିବ।

publive-imagep

ସାଧାରଣ ଲୋକଙ୍କ ଭାବାବେଗ ଓ ଅଭିଯୋଗ ପରେ କମ୍ପାନୀ ଚେତିଛି। ଜଗନ୍ନାଥଙ୍କ ପ୍ରତିଛବି ଥିବା କିଟକାଟ୍ ରାପର ପ୍ରଡକ୍ସନ୍ ଉପରେ କମ୍ପାନୀ ରୋକ ଲଗାଇଛି। ଏପରିକି ଜଗନ୍ନାଥପ୍ରେମୀଙ୍କୁ ଟ୍ୱିଟ୍ କରି ଭୁଲ ମଧ୍ୟ ମାଗିଛି। ଅଜାଣତରେ ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବାରୁ କମ୍ପାନୀ ମର୍ମାହତ ବୋଲି କହିଛି। ମାର୍କେଟରେ ଜଗନ୍ନାଥଙ୍କ ରାପର ସହ ଥିବା ସମସ୍ତ ଚକଲେଟକୁ ଆଉ ବିକ୍ରୀ ନକରି ଫେରାଇ ଆଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଆ ସରିଥିବା ନେସଲେ ପକ୍ଷରୁ ସଫେଇ ଦିଆଯାଇଛି।

Advertisment

publive-image

ଓଡିଶାର ହସ୍ତକଳା ପ୍ରତି ପ୍ରର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱର ୟୁନିଟ୍-୩ରେ ଖୋଲାଯାଇଛି ଏକ୍ରାମ ହାଟ। ଆଉ ଏହି ହାଟରେ ବିକ୍ରୀ ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାନ୍ନାଦି ପଟ୍ଟଚିତ୍ର। ଏକଚା, କେଟିଲୀ ଉପରେ ପଟ୍ଟଚିତ୍ର ଶୈଳୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପ୍ରତିଛବିକୁ ଆଙ୍କିଛନ୍ତି ଜଣେ କଳାପ୍ରେମୀ। ଯାହାର ଛବିଟିକୁ ନେସଲେ କମ୍ପାନୀ ତାର ଲୋକପ୍ରିୟ ଚକେଲେଟ୍ କିଟକାଟ୍ ରାପରରେ ସ୍ଥାନ ଦେଇଛି। ଗୋଟିଏ ପଟେ ବ୍ୟବସାୟ, ଅନ୍ୟପଟେ ଲୋକଙ୍କୁ ଓଡିଶାର ହସ୍ତକାଳ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଛବିକୁ ବ୍ୟବହାର କରାଯାଇଥିବା କମ୍ପାନୀ ପକ୍ଷରୁ ଟୁଇଟ୍‌ କରାଯାଇଛି।

publive-image

ଗତ ତିନି ଦିନ ହେଲା ଏହାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଉଛି। ତେବେ ହିନ୍ଦୁ ଦେବାଦେବୀଙ୍କୁ ନେଇ ବିଜ୍ଞାପନର ନୂଆ ଫଣ୍ଡା ବାହାର କରିବା ଏହା ପ୍ରଥମ ଘଟଣା ନୁହେଁ। କେବେ ଟି-ସାର୍ଟରେ ତ ଆଉ କେବେ ଚପଲରେ ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ପ୍ରତିଛବି ରହିଥିବା ଦେଖିବାକୁ ମିଳିଛି। ଏପରିକି ଟଏଲେଟ୍ ସିଟ୍ କଭରରେ ମଧ୍ୟ ଦେବାଦେବୀଙ୍କ ପ୍ରତିଛବି ରଖି ଆମାଜନ୍ ଇ-କମର୍ସ ସଂସ୍ଥାକୁ ଭୁଲ ମାଗିବାକୁ ପଡିଥିଲା। ତେବେ ଦେବାଦେବୀଙ୍କୁ ବିଜ୍ଞାପନରେ କାହିଁକି ବ୍ୟବହାର କରାଯାଉଛି, ତାକୁ ନେଇ ପ୍ରଶ୍ନ ଉଠୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe