Advertisment

ପ୍ରସବ ଅଧାରୁ ଛାଡ଼ି ଚାଲିଗଲେ ଡାକ୍ତର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପ୍ରସବ ଅଧାରୁ ପ୍ରସୂତୀ ଗୃହ ଛାଡ଼ି ପଳାଇଲେ ଡାକ୍ତର। ଫଳରେ ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଗାଁର ପ୍ରମୋଦ ସାହୁଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ତାଙ୍କୁ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହେବା ବେଳେ ପ୍ରସବ […]

ଅଦ୍ୟତନ ହୋଇଛି
ପ୍ରସବ ଅଧାରୁ ଛାଡ଼ି ଚାଲିଗଲେ ଡାକ୍ତର

nayagada

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପ୍ରସବ ଅଧାରୁ ପ୍ରସୂତୀ ଗୃହ ଛାଡ଼ି ପଳାଇଲେ ଡାକ୍ତର। ଫଳରେ ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।

Advertisment

ଗାଁର ପ୍ରମୋଦ ସାହୁଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ତାଙ୍କୁ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହେବା ବେଳେ ପ୍ରସବ ଅଧାରୁ ଛାଡ଼ି ଡାକ୍ତର ପଳାଇ ଯାଇଥିଲେ। ତେବେ ଅନ୍ୟୋନପାୟ ହୋଇ ସେଠାରେ ଉପସ୍ଥିତ ଥିବା ଷ୍ଟାଫ ନର୍ସ ପ୍ରସବ କରୁଥିବା ବେଳେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିବା ପ୍ରମୋଦ ଅଭିଯୋଗ କରିଛନ୍ତି।

ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଠିକା ଡାକ୍ତରଙ୍କ  ନିକଟରେ ପ୍ରମୋଦଙ୍କ ପତ୍ନୀ ଚିକିତ୍ସିତ ହେଉଥିଲେ। ଆସନ୍ତା ମାସ ୪ ତାରିଖରେ ପ୍ରସବ ହେବ ବୋଲି ଡାକ୍ତର ତାରିଖ ଦେଇଥିଲେ। ତେବେ ମାସେ ପୂର୍ବରୁ ଯନ୍ତ୍ରଣା ହେବାରୁ ପ୍ରମୋଦ ପତ୍ନୀଙ୍କୁ ଡାକ୍ତରଖାନା ଆଣିଥିଲେ। ମାତ୍ର ଡାକ୍ତର ପ୍ରସବ ପାଇଁ ଇଞ୍ଜେକ୍ସନ ଦେଇ ଅଧା ପ୍ରସବ ବେଳେ ଛାଡି ପଳାଇଥିବା ପ୍ରମୋଦ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe