Advertisment

ଶ୍ୱଶୁର ଘରୁ ମିଳିଲା ବୋହୂର ଝୁଲନ୍ତା ମୃତଦେହ

ଜୟପୁର(ଓଡ଼ିଶା ରିପୋର୍ଟର):  ଶ୍ୱଶୁର ଘରୁ ମିଳିଲା ବୋହୂର ଝୁଲନ୍ତା ମୃତଦେହ। ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଦଳେଇ ସାହିରେ। ମୃତ ମହିଳା ଜଣଙ୍କ ହେଲେ ଶିବାନୀ ପଣ୍ଡା। ଶିବାନୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଶିବାନୀଙ୍କ ସ୍ୱାମୀ ଦୀପକ ପଣ୍ଡା ଏବଂ ଶ୍ୱଶୁର ସୂର୍ଯ୍ୟ ପଣ୍ଡାଙ୍କୁ ପଚରାଉଚରା କରୁଛି। ଶିବାନୀ ରାକ୍ଷୀ ପୂର୍ଣ୍ଣିମା ଦିନ ବାପ ଘରକୁ ଯାଇଥିଲେ। ରାକ୍ଷୀ ବାନ୍ଧି […]

ଅଦ୍ୟତନ ହୋଇଛି
ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର, ଶାଶୁ କହିଲେ- ସେ ବହୁତ ରୁଷେ

bride-1

Advertisment

ଜୟପୁର(ଓଡ଼ିଶା ରିପୋର୍ଟର):  ଶ୍ୱଶୁର ଘରୁ ମିଳିଲା ବୋହୂର ଝୁଲନ୍ତା ମୃତଦେହ। ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଦଳେଇ ସାହିରେ। ମୃତ ମହିଳା ଜଣଙ୍କ ହେଲେ ଶିବାନୀ ପଣ୍ଡା। ଶିବାନୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଶିବାନୀଙ୍କ ସ୍ୱାମୀ ଦୀପକ ପଣ୍ଡା ଏବଂ ଶ୍ୱଶୁର ସୂର୍ଯ୍ୟ ପଣ୍ଡାଙ୍କୁ ପଚରାଉଚରା କରୁଛି।

Advertisment

ଶିବାନୀ ରାକ୍ଷୀ ପୂର୍ଣ୍ଣିମା ଦିନ ବାପ ଘରକୁ ଯାଇଥିଲେ। ରାକ୍ଷୀ ବାନ୍ଧି ସନ୍ଧ୍ୟା ବେଳେ ଶ୍ୱଶୁର ଘରକୁ ଫେରି ଆସିଥିଲେ। ଶୁକ୍ରବାର ସକାଳେ ଶିବାନୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ। ଶିବାନୀଙ୍କୁ  ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

୨୦୨୦ ମସିହାରେ ଶିବାନି ଦୀପକଙ୍କୁ ବିବାହ କରିଥିଲେ। ତାଙ୍କର ବର୍ଷକର ଏକ ଶିଶୁପୁତ୍ର ଅଛି।

Advertisment

ଶିବାନୀଙ୍କ ଭାଇ କହିଛନ୍ତି, ଶ୍ୱଶୁର ଘର ଲୋକ ମୋ ଭଉଣୀକୁ ନିର୍ଯାତନା ଦେଉଥିଲେ। ସେ ତା ଶ୍ୱଶୁର ଘରୁ ପଳାଇ ଆସିବ ବୋଲି ସବୁବେଳେ କହୁଥିଲା। ତାର ଶ୍ୱଶୁର ଘର ଲୋକ ମୋ ଭଉଣୀକୁ ଫୋନ୍‌ରେ କଥା ହେବାକୁ ଦେଉ ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe