ମହାନଦୀ ବିବାଦ ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରାଜି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଛତିଶଗଡ଼ର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସହମତି ଜଣାଇଛନ୍ତି। ଖୁବଶୀଘ୍ର କଂଗ୍ରେସର ଏକ ଟିମ୍ ଛତିଶଗଡ଼ ଯାଇ ଏହି ପ୍ରସଙ୍ଗରେ ଆଲୋଚନା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି। ଛତିଶଗଡ଼ର ନବନିର୍ବାଚିତ ବାଘେଲ ସରକାରର ଶପଥ ଗ୍ରହଣ ସମାରୋହରେ ଭାଗ ନେଇ ଫେରିବା ପରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ […]

niranjan

niranjan

Manoranjan Sial
  • Published: Tuesday, 18 December 2018
  • Updated: 18 December 2018, 07:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଛତିଶଗଡ଼ର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସହମତି ଜଣାଇଛନ୍ତି। ଖୁବଶୀଘ୍ର କଂଗ୍ରେସର ଏକ ଟିମ୍ ଛତିଶଗଡ଼ ଯାଇ ଏହି ପ୍ରସଙ୍ଗରେ ଆଲୋଚନା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି।

ଛତିଶଗଡ଼ର ନବନିର୍ବାଚିତ ବାଘେଲ ସରକାରର ଶପଥ ଗ୍ରହଣ ସମାରୋହରେ ଭାଗ ନେଇ ଫେରିବା ପରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।ଏହି ବିବାଦର ସମାଧାନ ସପକ୍ଷରେ ଛତିଶଗଡ଼ର ନୂଆ ସରକାର ସକାରାତ୍ମକ ରହିଛନ୍ତି। ମହାନଦୀକୁ ନେଇ ବିଜେପି ଓ ବିଜେଡି ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। କଂଗ୍ରେସର ଗୋଟିଏ ଟିମ୍ ଖୁବଶୀଘ୍ର ଛତିଶଗଡ଼ ଯାଇ ସେଠାର ସରକାରଙ୍କ ସହ ଆଲୋଚନା କରିବ। ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ତାଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ମହାନଦୀ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭରସା ଦେଇଛନ୍ତି। ଏପରିକି କଂଗ୍ରେସ ଯାହା କହେ ତାହା କରେ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି।
ସେହିପରି କୃଷିଋଣ ଛାଡ଼ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ନିଜର ପୁରୁଣାକଥାକୁ ଦୋହରାଇଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ନିଶ୍ଚିତ ଭାବେ ଋଣ ଛାଡ଼ କରିବ। ଚାଷ କାର୍ଯ୍ୟର ବିକାଶ ଲାଗି ଆର୍ଥିକ ସହାୟତା ଦେବ। ଦଳ ଯେଉଁଦିନ ସରକାରକୁ ଆସିବ, ସେହିଦିନ ହିଁ ଋଣଛାଡ଼ କରିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos