Advertisment

Pitabas Panda Murder Case: ପୀତବାସଙ୍କ ସିକ୍ରେଟ୍ ଚ୍ୟାମ୍ବରରୁ ମିଳିଲା ୪ଫଟୋ: ବିକ୍ରମଙ୍କ ସହ ଜଣେ ମହିଳା ଓ ମଦ ଗ୍ଲାସ!

ସୁସ୍ମିତାଙ୍କ ଅନୁମତି ନେଇ ଯେତେବେଳେ ପୁଲିସ୍ ସେହି ସିକ୍ରେଟ୍ ଲକର ଖୋଲିଲା, ସେଠାରୁ ପୁଲିସ୍ କୁଆଡ଼େ ଏକ ଲଫାପାରୁ ୪ଟି ଫଟୋ ପାଇଥିଲା। ପୁଲିସ ଯେତେବେଳେ ସେହି ଲଫାପା ଖୋଲିଲା ଦେଖିଲା ବିକ୍ରମଙ୍କ ସହ ଜଣେ ମହିଳା ଅଛନ୍ତି।

author-image
Hemant Lenka
Pitabas

ବିକ୍ରମ ଓ ପୀତବାସ ପଣ୍ଡା

ମୃତ ଆଇନଜୀବୀ ପୀତବାସ ପଣ୍ଡା(BJP Leader Pitabas Murder Case)ଙ୍କ ପଇତାରେ ଝୁଲିଥିବା ଲକର ଚାବିକୁ ନେଇ ପୁଲିସ୍ ଯେତେବେଳେ ଖୋଲିଲା ଦେଖିଲା ଗୋଟିଏ ଆଶ୍ଚର୍ଯ୍ୟଜନକ ଫଟୋ। ପୀତବାସଙ୍କ ଲକରରୁ ମିଳିଲା ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ଜଣେ ମିହିଳାଙ୍କ ଆପତ୍ତିଜନକ ଫଟୋ। ପୀତବାସଙ୍କ ହତ୍ୟାପରେ ପୁଲିସ୍ ତାଙ୍କ ମୃତଦେହରେ ଥିବା ପଇତାରୁ ଏକ ଲକରର ଚାବି ପାଇଥିଲା।

Advertisment

ଏହି ଚାବିଟି ପୀତବାସଙ୍କ ଆଲମାରିର ସିକ୍ରେଟ୍ ଚ୍ୟାମ୍ବରର ବୋଲି ଜେରା ବେଳେ ତାଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା କହିଛନ୍ତି। ସୁସ୍ମିତାଙ୍କ ଅନୁମତି ନେଇ ଯେତେବେଳେ ପୁଲିସ୍ ସେହି ସିକ୍ରେଟ୍ ଲକର ଖୋଲିଲା, ସେଠାରୁ ପୁଲିସ୍ କୁଆଡ଼େ ଏକ ଲଫାପାରୁ ୪ଟି ଫଟୋ ପାଇଥିଲା। ପୁଲିସ ଯେତେବେଳେ ସେହି ଲଫାପା ଖୋଲିଲା ଦେଖିଲା ବିକ୍ରମଙ୍କ ସହ ଜଣେ ମହିଳା ଅଛନ୍ତି। ତାହା ପୁଣି ଅତି ଆପତ୍ତିଜନକ ଅବସ୍ଥାରେ। ମହିଳା ଓ ବିକ୍ରମଙ୍କ ପାଖରେ ଗୋଟିଏ ମଦ ଗ୍ଲାସ ଅଛି। ପୁଲିସ ରେକର୍ଡ କରିଥିବା ଷ୍ଟେଟମେଣ୍ଟରେ ବି ଏ କଥା ଉଲ୍ଲେଖ ରହିଛି। ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, ଏହି ଫଟୋ ହିଁ ହତ୍ୟାର ଏକ କାରଣ ହୋଇଥାଇପାରେ। ପୁଲିସ ଚାର୍ଜଶିଟରେ ଏ କଥା ଉଲ୍ଲେଖ ଅଛି।

ସେପଟେ ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ଏହି ଫଟୋକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ପୁଲିସ୍ ପକ୍ଷରୁ କୋର୍ଟରେ ଘଟଣାର ସିଜର ଲିଷ୍ଟ ଉଲ୍ଲେଖ କରାଯାଇନି। ମୁଦାଲାକୁ ଏହାର ଏକ କପି ଦେବା ଦରକାର। ଜଣେ ରାଜନେତାଙ୍କୁ ବଦନାମ କରିବା ପାଇଁ ପୁଲିସ୍ ଅନେକ କିଛି କରିପାରେ।

Advertisment

ଆଜିକାଲି ଏଆଇ ବ୍ୟବହାର କରି ଅନେକ ପ୍ରକାର ଫଟୋ ହୋଇପାରୁଛି। ଏହାବି ଗୋଟିଏ ଏଆଇ ଫଟୋ ହୋଇଥାଇପାରେ। ପୁଲିସ ୫ଟା ଦିଗ ଦେଖୁଛି, ହେଲେ କେଉଁ ଦିଗ ପାଇଁ ସେ ହତ୍ୟା କଲେ, ତାହା ସ୍ପଷ୍ଟ କରିବା ଦରକାର। ବର୍ତ୍ତମାନ ପୁଲିସ୍ ଏକ ଦିଗହରା ଚାର୍ଜଶିଟ୍ ଦେଇଛି। ସିକ୍ରେଟ୍ ଚ୍ୟାମ୍ବରରେ କେବଳ ଗୋଟିଏ ଫଟୋ ନଥାଏ, ଏଥିରେ ଅନେକ କିଛି ଥାଏ। କଣ କଣ ଥିଲା ପୁଲିସ୍ ତାହା କୋର୍ଟରେ ଦାଖଲ କରିବା କଥା। ପୁଲିସ୍ ଏ ନେଇ ଏକ କେସ୍ ଡାଏରୀ କୋର୍ଟରେ ଦାଖଲ କରିବା କଥା। ଆଉ ଆମକୁ ମଧ୍ୟ ଏକ କପି ଦେବା ଦରକାର ବୋଲି ବିକ୍ରମଙ୍କ ଓକିଲ ଦୀପକ ଦାବି କରିଛନ୍ତି।

କେଉଁ କାରଣରୁ ବିକ୍ରମ ତାଙ୍କ ପୁରୁଣା ବନ୍ଧୁ ପୀତବାସ ପଣ୍ଡାଙ୍କୁ ରାସ୍ତାରୁ ହଟାଇଦେଲେ, ତାକୁ ନେଇ ପୁଲିସ ଅନେକ ଥିଓରୀ ଉପସ୍ଥାପନା କରୁଛି। ଏହି ଫଟୋ ମଧ୍ୟ ଏକ କାରଣ ବୋଲି ଚାର୍ଜଶିଟରେ ଉଲ୍ଲେଖ ରହିଛି। ପୀତବାସ ଏହାକୁ କୁଆଡ଼େ ସର୍ବସାଧାରଣ କରିଦେବାକୁ ଧମକ ଦେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି କାରଣରୁ ବିକ୍ରମ ଷଡ଼ଯନ୍ତ୍ର କରି ପୀତବାସଙ୍କୁ ହଟାଇ ଦେଲେ କି ବୋଲି ପ୍ରଶ୍ନ ଉଠୁଛି।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ ଓଡ଼ିଶା ରିପୋର୍ଟର

BJP Leader Pitabas Murder Case