covid1-fb
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୪୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୬୧୯ ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୨୦, ଅନୁଗୋଳରୁ ୭୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୬୮, ବଲାଙ୍ଗିରରୁ ୮୯, ଜଗତସିଂହପୁରରୁ ୬୭, କେନ୍ଦୁଝରରୁ ୬୯, ନୂଆପଡ଼ାରୁ ୪୬ ଓ ସୁନ୍ଦରଗଡ଼ରୁ ୧୦୪ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୨,୯୫, ୮୮୯ରେ ପହଞ୍ଚିଥିବା ବେଳେ ୨,୮୦,୫୫୩ ସୁସ୍ଥ ହୋଇସାରିଛନ୍ତି। ୧୩,୯୧୯ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି କରୋନା ମୃତ୍ୟୁସଂଖ୍ୟା ୧୩୬୪ରେ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/covid1-fb.jpg)