corona
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୪ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୯ ହେଉଛି ଲୋକାଲ୍ କେସ୍। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୬୫୯ରେ ପହଞ୍ଚିଛି। ସେଥିରୁ ୨୯୬୫୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦୫୬୩ ଜଣ ଆକ୍ଟିଭ୍ ଅଛନ୍ତି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୭୫, ଖୋର୍ଦ୍ଧାରୁ ୭୪, ନୂଆପଡ଼ାରୁ ୬୫, କଳାହାଣ୍ଡି ଓ ଅନୁଗୋଳରୁ ୪୭ ଲେଖାଏ, କଟକରୁ ୪୧, ପୁରୀରୁ ୩୪, ବାଲେଶ୍ୱରରୁ ୩୨, ବରଗଡ଼ରୁ ୩୧, କେନ୍ଦୁଝରରୁ ୨୭, ଜଗତସିଂହପୁର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨୬ ଲେଖାଏ, ସମ୍ବଲପୁରରୁ ୨୦ ଚିହ୍ନଟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/corona-vvirus.jpg)