Advertisment

ଖସୁଛି କରୋନା ଗ୍ରାଫ୍‌: ରାଜ୍ୟରେ ୧୫୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୬୫୬ଟି  ହେଉଛି ଲୋକାଲ୍ କେସ୍‌। Covid-19 Report For 29th October New Positives Cases 1547 In quarantine: 891 Local contacts: 656 (Details of local contacts will be shared by concerned […]

author-image
Tapaswini Nayak
ଅଦ୍ୟତନ ହୋଇଛି
୨୩ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୬୫୬ଟି  ହେଉଛି ଲୋକାଲ୍ କେସ୍‌।

Advertisment

Advertisment

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୮, ଅନୁଗୋଳରୁ ୯୫, ଜଗତସିଂହପୁରରୁ ୮୯, ବାଲେଶ୍ବର ଓ ବଲାଙ୍ଗିରରୁ ୭୯ ଲେଖାଏ, କେନ୍ଦୁଝରରୁ ୭୧, ଯାଜପୁରରୁ ୭୦, କେନ୍ଦ୍ରାପଡ଼ାରୁ ୬୧, ନୂଆପଡ଼ା ଓ ପୁରୀରୁ ୫୯ ଲେଖାଏ ଚିହ୍ନଟ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୫୮, ଭଦ୍ରକରୁ ୪୩, ଢେଙ୍କାନାଳରୁ ୪୦, କୋରାପୁଟରୁ ୩୭, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୭ ଲେଖାଏ, ବରଗଡ଼ରୁ ୩୫, ନୟାଗଡ଼ରୁ ୩୪, ଷ୍ଟେଟପୁଲରୁ ୩୩, କନ୍ଧମାଳ ଓ ଗଞ୍ଜାମରୁ ୨୪ ଲେଖାଏ, ସମ୍ବଲପୁରରୁ ୨୩, ସୁବର୍ଣ୍ଣପୁରରୁ ୨୨, ମାଲକାନଗିରି ଓ ଦେବଗଡ଼ରୁ ୧୭ ଲେଖାଏ, ବୌଦ୍ଧରୁ ୧୨, ରାୟଗଡ଼ାରୁ ୯, ଗଜପତିରୁ ୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Corona