corona-v-7
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୭୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୭୨୪ଟି ହେଉଛି ଲୋକାଲ୍ କେସ୍। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୨୯୫୭୨୫ରେ ପହଞ୍ଚିଛି। ସେଥିରୁ ୨୭୫୭୪୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୪୬୯୨ ଆକ୍ଟିଭ୍ ଅଛି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୨୧, କଟକରୁ ୧୧୫, ସୁନ୍ଦରଗଡ଼ରୁ ୧୦୭, ବରଗଡ଼ରୁ ୯୯, ନୂଆପଡ଼ାରୁ ୮୬, ଅନୁଗୋଳରୁ ୭୯, କଳାହାଣ୍ଡିରୁ ୭୨, କେନ୍ଦୁଝରରୁ ୭୨, ଜଗତସିଂହପୁରରୁ ୬୮, ଢେଙ୍କାନାଳରୁ ୬୪, ବାଲେଶ୍ୱରରୁ ୬୧, ପୁରୀରୁ ୫୮ ଚିହ୍ନଟ ହୋଇଛନ୍ତି।
ସେହିପରି ବଲାଙ୍ଗିରରୁ ୫୩, କେନ୍ଦ୍ରାପଡ଼ାରୁ ୫୦, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ମାଲକାନଗିରିରୁ ୩୯, କୋରାପୁଟରୁ ୩୮, ଷ୍ଟେଟପୁଲରୁ ୩୫, ନୟାଗଡ଼ରୁ ୨୯, ଝାରସୁଗୁଡ଼ାରୁ ୨୮, ନବରଙ୍ଗପୁରରୁ ୨୬, କନ୍ଧମାଳରୁ ୨୦, ଗଞ୍ଜାମରୁ ୧୯, ବୌଦ୍ଧରୁ ୧୮, ରାୟଗଡ଼ାରୁ ୧୬, ଭଦ୍ରକରୁ ୧୧, ସୁବର୍ଣ୍ଣପୁରରୁ ୭, ଗଜପତିରୁ ୪ ପଜିଟିଭ ମାମଲା ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/corona-v-7.jpg)