Advertisment

LAC: ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ୩୧ଟି ବୃହତ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ

ଜମି ଆବଣ୍ଟନ କମିଟି (LAC) ବୈଠକରେ ଦୀର୍ଘ ଦିନରୁ ଅଟକି ରହିଥିବା ୩୧ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ବିପୁଳ ପୁଞ୍ଜିନିବେଶର ବାଟ ଫିଟିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି।

1924e31f-dd5e-485e-95bc-b5a0aa1deadd

LAC ବୈଠକ

Advertisment

ରାଜ୍ୟ(odisha)ରେ ଶିଳ୍ପ ଓ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଦିଗରେ ଓଡ଼ିଶା ସରକାର ଗୋଟିଏ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡ୍‌କୋ ଅଧ୍ୟକ୍ଷା ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି (LAC) ବୈଠକରେ ଦୀର୍ଘ ଦିନରୁ ଅଟକି ରହିଥିବା ୩୧ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ପାଇଁ ୧୧ ତାରିଖରେ ଜମି ଆବଣ୍ଟନକୁ ଅନୁମୋଦନ କରାଯାଇଛି।

Advertisment

ଭୁବନେଶ୍ୱରସ୍ଥିତ ଇଡ୍‌କୋ ଟାୱାରରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ରାଜ୍ୟରେ ବିପୁଳ ପୁଞ୍ଜିନିବେଶର ବାଟ ଫିଟିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ​ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏକ ବଡ଼ ଅଂଶ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରର ହୋଇଥିବା ବେଳେ ଏଥିରେ ପୋଷାକ ଓ ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଇଞ୍ଜିନିୟରିଂ ଭଳି ବିଭିନ୍ନ ଉଦୀୟମାନ କ୍ଷେତ୍ରର ପ୍ରସ୍ତାବ ସାମିଲ ରହିଛି। 

ବିଶେଷ ଭାବରେ, ରାଜ୍ୟର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଇ କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଅଣ-ଶିଳ୍ପାଞ୍ଚଳ ତଥା ପଛୁଆ ଜିଲ୍ଲାଗୁଡ଼ିକରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ସମସ୍ତ ଅଞ୍ଚଳରେ ଶିଳ୍ପାୟନର ସୁଫଳ ପହଞ୍ଚାଇବା ପାଇଁ ସରକାର ଏହି ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Advertisment

​ଉକ୍ତ ବୈଠକରେ MSME ବିଭାଗର କମିଶନର ତଥା ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଶିଳ୍ପ ନିର୍ଦ୍ଦେଶିକା ସୁଶ୍ରୀ ଆବୋଲି ସୁନୀଲ ନରଭାଣେ ଓ ଓକାକ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସ୍ୱଚ୍ଛତା, ସମୟବଦ୍ଧ ନିଷ୍ପତ୍ତି ଓ ସକ୍ରିୟ ସହଯୋଗ ଉପରେ କମିଟି ନିଜର ପ୍ରତିବଦ୍ଧତା ଦୋହରାଇଛି, ଯାହା ଓଡ଼ିଶାର ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ମଜବୁତ କରିବ ବୋଲି ବୈଠକରେ ଉପସ୍ଥିତ ଅଧିକାରୀମାନେ ମତ ରଖିଛନ୍ତି। ଏହି ପଦକ୍ଷେପ ନିଶ୍ଚିତ ଭାବେ ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି ଦେବ ବୋଲି ମଧ୍ୟ କୁହାଯାଉଛି। 

odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe