Advertisment

କରୋନା ପାଇଁ ନବରଙ୍ଗପୁର ଓ ଉମରକୋଟରେ କଟକଣା

ନବରଙ୍ଗପୁର (ନବଘନ ବିଷୋୟୀ): କରୋନାକୁ ନେଇ ନବରଙ୍ଗପୁର ଜିଲ୍ଲାର ୨ଟି ସହରରେ କଟକଣା ଲାଗିଛି। ଆଜି ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଏବଂ ଉମରକୋଟ ସହରରେ ଏହି କଟକଣା ଜାରି ହୋଇଛି। ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। ହେଲେ ସାଧାରଣ ପରିବହନ ବ୍ୟବସ୍ଥାରେ କଟକଣା ଲଗାଯାଇଛି। ଟ୍ୟାକ୍ସି ଓ ଅଟୋ ଚାଳନା ଉପରେ ମଧ୍ୟ ରୋକ ଲଗାଯାଇଛି। ଲୋକେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କରୋନା ପାଇଁ ନବରଙ୍ଗପୁର ଓ ଉମରକୋଟରେ କଟକଣା

nabarangpur

ନବରଙ୍ଗପୁର (ନବଘନ ବିଷୋୟୀ): କରୋନାକୁ ନେଇ ନବରଙ୍ଗପୁର ଜିଲ୍ଲାର ୨ଟି ସହରରେ କଟକଣା ଲାଗିଛି। ଆଜି ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଏବଂ ଉମରକୋଟ ସହରରେ ଏହି କଟକଣା ଜାରି ହୋଇଛି। ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। ହେଲେ ସାଧାରଣ ପରିବହନ ବ୍ୟବସ୍ଥାରେ କଟକଣା ଲଗାଯାଇଛି। ଟ୍ୟାକ୍ସି ଓ ଅଟୋ ଚାଳନା ଉପରେ ମଧ୍ୟ ରୋକ ଲଗାଯାଇଛି। ଲୋକେ ଟ୍ୟାକ୍ସି ଓ ଅଟୋରେ ଡାକ୍ତରଖାନାକୁ ଯାଇପାରିବେ।

Advertisment

ଜିଲ୍ଲା ପ୍ରଶାସନର ଘୋଷଣା ଅନୁଯାୟୀ, ଗ୍ରୋସରୀ ଦୋକାନ, କ୍ଷୀର, ପରିବା, ପାଉଁରୁଟି, ମାଛ, ମାଂସ, ଅଣ୍ଡା, ଚିକେନ୍ ଓ ଔଷଧ ଦୋକାନ ଖୋଲା ରହିବ। କରୋନା ମୁକାବିଲା ଲାଗି ଯେଉଁ ବେସରକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି, ସେଗୁଡ଼ିକ ବି ଖୋଲା ରହିବ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଥାନା, ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ଏଟିଏମ୍‌ ଆଦି ଖୋଲା ରହିବ।