ସେପ୍ଟେମ୍ବରରୁ ନୂଆ ନିୟମ: ରାସନ କାର୍ଡ ନଥିଲେ ମିଳିବନି ବିଜୁ ସ୍ୱାସ୍ଥ୍ୟ ବୀମା ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଏବେ ନୂଆ ବୋତଲରେ ପୁରୁଣା ମଦକୁ ପୁରାଇ ନିଜର ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ଆରମ୍ଭ କରିଦେଇଛି। ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଗାଇଡଲାଇନ୍ ଲାଗୁ ହେବ ତଥା ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ (ଏସଏଫଏସଏ)ର ହିତାଧିକାରୀ ହୋଇଥିବେ ସେମାନଙ୍କୁ ହିଁ କେବଳ ସେପ୍ଟେମ୍ବର ପହିଲାରୁ ବିଜୁ ସ୍ୱାସ୍ଥ୍ୟ ବୀମା […]

ALLOCATION-FOR-EDUCATION-SLASHED-WHILE-BUDGET-FOR-HEALTH-SECTOR-REMAIN-THE-SAME

Ordigital Desk
  • Published: Saturday, 07 August 2021
  • Updated: 07 August 2021, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଏବେ ନୂଆ ବୋତଲରେ ପୁରୁଣା ମଦକୁ ପୁରାଇ ନିଜର ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ଆରମ୍ଭ କରିଦେଇଛି। ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଗାଇଡଲାଇନ୍ ଲାଗୁ ହେବ ତଥା ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ (ଏସଏଫଏସଏ)ର ହିତାଧିକାରୀ ହୋଇଥିବେ ସେମାନଙ୍କୁ ହିଁ କେବଳ ସେପ୍ଟେମ୍ବର ପହିଲାରୁ ବିଜୁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ। ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଜିଲ୍ଲାୱାରି ଏହି ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ ଓ  ମୋଟ ୯୨.୫୦ଲକ୍ଷ ପରିବାରକୁ ଏହି କାର୍ଡ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୧୫ତାରିଖରେ ଏହି କାର୍ଡ ବଣ୍ଟନ ନେଇ ଘୋଷଣା କରିବା ପରେ ଏହାକୁ ନଭେମ୍ବର ୧୪ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାୱାରି ବଣ୍ଟନ କରାଯିବ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକୁ ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମ୍ପର୍କରେ ଘୋଷଣା କରିବେ। ଯାହାକୁ ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲା ମାଲକାନଗିରି, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବଲାଙ୍ଗିରରେ ବଣ୍ଟନ କରାଯିବ। ନଭେମ୍ବର ୧୪ତାରଇଖ ମଧ୍ୟରେ ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ କରାଯାଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରାଯିବ। ତେବେ ଏଥିପାଇଁ ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟ ଚେତନା ରଥ ବୁଲାଇବା ସହ ସବୁ ପଂଚାୟତର ପ୍ରମୁଖ ସ୍ଥାନରେ କାନ୍ଥଗୁଡ଼ିକରେ ଏସମ୍ପର୍କରେ ସଚେତନତା ବାର୍ତ୍ତା ଲେଖାଯିବ। ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏନେଇ ହୋର୍ଡିଂ ମଧ୍ୟ ଲଗାଯିବ।
୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୋଟ ୭୧ଲକ୍ଷ ୬୯ହଜାର ୬୭୨ଟି ପରିବାର ବୀମା ସୁବିଧା ପାଇବାକୁ ହକଦାର ଥିବାବେଳେ ଏବେ ଆଉ ୨୦ଲକ୍ଷ ୮୦ହଜାର ୩୨୮ଜଣଙ୍କୁ ସାମିଲ ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟର ସମସ୍ତ ରାସନ କାର୍ଡଧାରୀଙ୍କୁ ଏହି ସ୍ୱାସ୍ଥ୍ୟ ବୀମାରେ ସାମିଲ କରାଯିବ। ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବା ପର୍ଯ୍ୟନ୍ତ ହିତାଧିକାରୀମାନେ ନିଜର ରାସନ କାର୍ଡ ଦେଖାଇ ଚିକିତ୍ସା ସୁବିଧା ନେଇପାରିବେ। ତେବେ ପ୍ରଚଳିତ ନିୟମରେ ବିପିଏଲ କାର୍ଡ, ଅନ୍ତ୍ୟୋଦୟ କାର୍ଡ ଓ ବାର୍ଷକ ୫୦ରୁ ୬୦ହଜାର ଟଙ୍କା ଆୟ ଥିବା ପରିବାରକୁ ମିଳୁଥିବା ବିଜୁ ସ୍ୱାସ୍ଥ୍ୟ ବୀମା ସୁବିଧା ନୂଆ ନିୟମ ଅନୁସାରେ ସେପ୍ଟେମ୍ବର ପହିଲାରୁ ଆଉ ମିଳିବ ନାହିଁ। କେବଳ ଯେଉର୍ମାନଙ୍କ ପାଖରେ ଏନଏଫଏସଏ ଓ ଏସଏଫଏସଏ (ରାସନ କାର୍ଡ) ଥିବ ସେମାନେ ବୀମା ସୁବିଧା ପାଇବେ ଓ ସେମାନଙ୍କୁ ହିଁ ଏହି ସ୍ମାର୍ଟ ହେଲଥ କାର୍ଡ ମିଳିବ। ଏହି ସ୍ମାର୍ଟ କାର୍ଡର ଅବଧି ୨୦୨୨ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ରହିବ ଯାହାକି ସ୍ୱତଃ ନବୀକରଣ ହେବ। ଯେଉଁମାନେ ରାସନ କାର୍ଡ ପାଇବେ ସେମାନେ ସ୍ୱତଃ ଏହି ସ୍ୱାସ୍ଥ୍ୟ ବୀମା କାର୍ଡଭୁକ୍ତ ହେବେ।
ଏବେ ପ୍ରଚଳିତ ନିୟମ ଅନୁସାରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବର୍ଗର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିୁଛି । କିନ୍ତୁ କେବଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ଥିବା ଲୋକଙ୍କୁ ହିଁ ଘରୋଇ ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ମିଳିପାରିବ। ରାଜ୍ୟର ୧୮୩ଟି ହସ୍ପିଟାଲ ଓ ରାଜ୍ୟ ବାହାରର ୧୭ଟି ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡଧାରୀଙ୍କୁ ୧୫୮୯ଟି ପ୍ୟାକେଜରେ ସ୍ୱାସ୍ଥ୍ୟ ସେବା ମିଳୁଛି। ଏହି କାର୍ଡରେ ପରିବାରକୁ ୫ଲକ୍ଷ ଓ ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ସୁବିଧା ମିଳିପାରୁଛି। ଅଧିକ ସଂଖ୍ୟକ ଘରୋଇ ହସ୍ପିଟାଲକୁ ଏହି ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଏବେ ରାସନ କାର୍ଡଧାରୀଙ୍କ ବାସ୍ତବ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ରହିଥିବା ଓ ବିରୋଧୀ ଦଳ ପ୍ରକୃତ ରାସନକାର୍ଡ ଧାରୀ କେତେ ତାକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ ରାଜ୍ୟ ସରକାର କିଭଳି ଏହି ରାସନ କାର୍ଡ ଆଧାରରେ ଗରିବଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଦେବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ।  ତୃଣମୂଳସ୍ତରରେ ରାଜନୀତିକ କାରଣରୁ ଆବାସ ଯୋଜନା ଭଳି ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବଂଚିତ କରାଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଯଦିଓ ଏବେ ବାର୍ଷିକ ସ୍ୱଳ୍ପ ଆୟବର୍ଗର ଲୋକଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳୁଛି, କିନ୍ତୁ ସେମାନଙ୍କୁ ସେପ୍ଟେମ୍ବର ପହିଲାରୁ ଏଥିରୁ ବଂଚିତ ହେବାକୁ ପଡ଼ିବ।
ଏବେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବିଜେଡି ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟୋଜିତ ସରକାରୀ ସାମୁହିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗହଳିରେ  ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି ଓ ଅଧିକ ୨୦ଲକ୍ଷ ପରିବାରକୁ ଏଥିରେ ସାମିଲ କରି ନିଜର ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ମାତ୍ର ତାହା ଭବିଷ୍ୟତରେ କେବଳ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ(ଏସଏଫଏସଏ) ଭଳି ବହୁ ଆଡ଼ମ୍ବରେ ଲଘୁକ୍ରିୟା ହେବ ବୋଲି ଆଶଙ୍କା କରାଯାଉଛି। ଏସଏଫଏସଏର ହିତାଧିକାରୀ ସଂଖ୍ୟା ଯେଭଳି ନିର୍ବାଚନ ପରେ ୧୫ଲକ୍ଷରୁ ମାତ୍ର ୩ଲକ୍ଷରେ ସୀମିତ ହୋଇଗଲା, ପଂଚାୟତ ନିର୍ବାଚନ ପରେ ଯେ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କ ସଂଖ୍ୟା ସେଭଳି ନହେବ ତାହା କିଏ କହିବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story