Advertisment

ସ୍ମାର୍ଟ ସିଟିରେ ସ୍ମାର୍ଟ ବସ୍ : ଆରମ୍ଭ ହେଲା ମୋ’ ବସ୍ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରରେ ଗଡ଼ିଛି ସ୍ମାର୍ଟ ବସ। ଏହି ନୂତନ ବସ୍ ସେବା ‘ମୋ ବସ୍’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୨୦୦ଟି ବସ୍ ଚାଲିବ।ଏହି ସମସ୍ତ ବସରେ ଅତ୍ୟାଧୁନିକ ଜିପିଏସ୍, ସିସିଟିଭି କ୍ୟାମେରା, ୱାଇଫାଇ, ଅଟୋମେଟିକ ସେନ୍ସର ଓ ଅଡିଓ ଭଏସ ସୁବିଧା ଉପଲବ୍ଧ ରହିଛି। ହକି ମ୍ୟାଚ ପୂର୍ବରୁ ଏହି ସମସ୍ତ […]

ସ୍ମାର୍ଟ ସିଟିରେ ସ୍ମାର୍ଟ ବସ୍ : ଆରମ୍ଭ ହେଲା ମୋ’ ବସ୍ ସେବା

mo_bus_12 FINAL

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରରେ ଗଡ଼ିଛି ସ୍ମାର୍ଟ ବସ। ଏହି ନୂତନ ବସ୍ ସେବା ‘ମୋ ବସ୍’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୨୦୦ଟି ବସ୍ ଚାଲିବ।ଏହି ସମସ୍ତ ବସରେ ଅତ୍ୟାଧୁନିକ ଜିପିଏସ୍, ସିସିଟିଭି କ୍ୟାମେରା, ୱାଇଫାଇ, ଅଟୋମେଟିକ ସେନ୍ସର ଓ ଅଡିଓ ଭଏସ ସୁବିଧା ଉପଲବ୍ଧ ରହିଛି। ହକି ମ୍ୟାଚ ପୂର୍ବରୁ ଏହି ସମସ୍ତ ବସ୍ ଚାଲିବ ବୋଲି ଜଣାପଡ଼ିଛି।

Advertisment

publive-imageଆଜି ସକାଳ ୧୧ଟାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକ ନିକଟରେ ଏହି ବସ୍ ସେବାକୁ ଉଦଘାଟନ କରିବା ସହ ନିଜେ ସେହି ବସରେ ଚଢ଼ି ସଚିବାଳୟ ପର୍ଯ୍ୟନ୍ତ ଆସିଥିଲେ। ମୁଖ୍ୟମନ୍ତ୍ରୀ ଦୀର୍ଘ ୧୯ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିନା ସୁରକ୍ଷାରେ ଯାତ୍ରୀବାହୀ ବସରେ ସଚିବାଳୟ ଆସିଥିଲେ। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ୍ ) ସଂସ୍ଥା ଦ୍ୱାରା ଏହି ବସ୍ ସେବା ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି।

ଏହି ବସ ସେବା ପାଇଁ ୨୦୦ଟି ନୂଆ ବସ୍ କିଣାଯାଇଥିବାବେଳେ ଅନ୍ୟ ୧୦୦ଟି ବସକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରାଯାଇଛି। ମୋବାଇଲ ଆପ୍ ଯୁକ୍ତ ଜିପିଏସ୍ ମାଧ୍ୟମରେ ପରିଚାଳିତ ‘ମୋ ବସ୍' ସେବାରେ ନିଯୁକ୍ତ କଣ୍ଡକ୍ଟରମାନଙ୍କୁ ଏଣିକି ‘ଗାଇଡ୍’ ଭାବେ ଡକାଯିବ। ୫୦ ପ୍ରତିଶତ ମହିଳାଙ୍କୁ ଏସବୁ ବସରେ ‘ଗାଇଡ୍’ ଭାବେ ନିଯୁକ୍ତି ମିିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ବସରେ ଆସିବାବେଳେ ଭଡ଼ା ବାବଦରେ ୧୦ଟଙ୍କା ଦେଇଥିଲେ ଓ କଣ୍ଡକ୍ଟର ୮ ଟଙ୍କା ରଖି ୨ଟଙ୍କା ଫେରସ୍ତ କରିଥିବା ଜଣାପଡ଼ିଛି।

Advertisment

ଏହି ବସ ସେବା ପାଇଁ ଯାତ୍ରୀମାନେ ଅନଲାଇନରେ ସୂଚନା ପାଇବା ସହ ଟିକେଟ୍ କାଟି ପାରିବେ। ଏଥିସହ କେଉଁ ସବୁ ରୁଟରେ କେଉଁ ସମୟରେ ବସ ଚାଲିବ ଓ କେଉଁଠି ଷ୍ଟପେଜ୍ କରିବ ତା’ର ମଧ୍ୟ ତଥ୍ୟ ଅନଲାଇନରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।ଏହି ବସଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe