ବିମାନବନ୍ଦରରେ ବିଦେଶ ଫେରନ୍ତାଙ୍କ କରୋନା ଟେଷ୍ଟ ବାଧ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ବିଦେଶ ଫେରନ୍ତାଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ । ଭୁବନେଶ୍ୱର ବିମାନନ୍ଦରରେ ଏନେଇ ନୂଆ ଏସ୍‌ଓପି ଜାରି ହୋଇଛି । କରୋନାର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା କରାଯାଇଛି । ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବାକୁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଏୟାରପୋର୍ଟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି […]

airport

airport

Madhupriya Mistry
  • Published: Wednesday, 23 December 2020
  • Updated: 23 December 2020, 12:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ବିଦେଶ ଫେରନ୍ତାଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ । ଭୁବନେଶ୍ୱର ବିମାନନ୍ଦରରେ ଏନେଇ ନୂଆ ଏସ୍‌ଓପି ଜାରି ହୋଇଛି । କରୋନାର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା କରାଯାଇଛି ।

ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବାକୁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଏୟାରପୋର୍ଟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ବିମାନବନ୍ଦରର ଟର୍ମିନାଲ୍ ପରିସରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ବର୍ତମାନ  ଭୁବନେଶ୍ୱରକୁ  ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି ।  ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି  ଓ ୨୭ଟି ବିମାନ ଭୁବନେଶ୍ୱରରୁ ଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos