ଫିକା ପଡ଼ିବ ନୂଆ ବର୍ଷ ସେଲିବ୍ରେଶନ; ଜଗି ରହିଛି ପୁଲିସ୍‌, ଅମାନିଆ ହେଲେ ତଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆ ବର୍ଷ। ହେଲେ ନା ହୋଇପାରିବ ଜିରୋ ନାଇଟ ସେଲିବ୍ରେଶନ ନା ନୂଆ ବର୍ଷରେ ଜମିବ ଆସର । କେବଳ ଘରେ ରହି ନୂଆ ବର୍ଷ ପାଳିବାକୁ କହି ସବୁ ସେଲିବ୍ରେଶନ ଉପରେ କଟକଣା ଲଗାଇଦେଲେ ସରକାର। ତେଣୁ  ଗତଥର ପରି ଏଥର ବି ନୂଆ ବର୍ଷ ପାଳନ ଫିକା ପଡ଼ିଯିବ ଭାବି ନିରାଶ ହୋଇପଡ଼ିଛନ୍ତି ଯୁବ ଗୋଷ୍ଠୀ । ସମଗ୍ର ଦେଶ ତଥା ରାଜ୍ୟରେ ସତର୍କ ଘଣ୍ଟି ବଜାଇଲାଣି ଓମିକ୍ରନ୍‌ […]

celebration

celebration

Niharika Rout
  • Published: Friday, 31 December 2021
  • Updated: 31 December 2021, 02:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆ ବର୍ଷ। ହେଲେ ନା ହୋଇପାରିବ ଜିରୋ ନାଇଟ ସେଲିବ୍ରେଶନ ନା ନୂଆ ବର୍ଷରେ ଜମିବ ଆସର । କେବଳ ଘରେ ରହି ନୂଆ ବର୍ଷ ପାଳିବାକୁ କହି ସବୁ ସେଲିବ୍ରେଶନ ଉପରେ କଟକଣା ଲଗାଇଦେଲେ ସରକାର। ତେଣୁ  ଗତଥର ପରି ଏଥର ବି ନୂଆ ବର୍ଷ ପାଳନ ଫିକା ପଡ଼ିଯିବ ଭାବି ନିରାଶ ହୋଇପଡ଼ିଛନ୍ତି ଯୁବ ଗୋଷ୍ଠୀ ।

ସମଗ୍ର ଦେଶ ତଥା ରାଜ୍ୟରେ ସତର୍କ ଘଣ୍ଟି ବଜାଇଲାଣି ଓମିକ୍ରନ୍‌ । ଏପରିକି ଆଖି ପିଛୁଳାକେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା  । ଏହାବାଦ ରାତି ପାହିଲେ ନୂଆ ବର୍ଷ ଥିବାରୁ ସେଲିବ୍ରେଶନ ମୁଡରେ ଅଛନ୍ତି ଲୋକେ। ହେଲେ ଏଥିରେ ବ୍ରେକ୍‌ ଲଗାଇଛନ୍ତି ରାଜ୍ୟ ସରକାର ।

ନୂଆବର୍ଷରେ ବିଭିନ୍ନ ସ୍ଥାନରେ ଗହଳି ହେବା ଆଶଙ୍କାରେ ଆଜିଠୁ ତିନି ଦିନ ଯାଏଁ ରାଜଧାନୀରେ କଟକଣା ଲାଗିଛି । ପବ୍, ବାର୍, ରେସ୍ତୋରାଁରେ ନୂଆବର୍ଷ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା । ଏହି ସମୟରେ ଭୁବନେଶ୍ୱର ମହାନଗର  ନିଗମ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯିବ । ଲୋକଙ୍କୁ ସତର୍କ କରିବା ସହ ଅମାନିଆଙ୍କ ଉପରେ ତଣ୍ଡ ଲଗାଯିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଉଲଘଂନ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି  କହିଛନ୍ତି ବିଏମ୍‌ସି କମିଶନର ।

ସେହିପରି ରାଉରକେଲା ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁରେ କଡ଼ା ପହରା ଦିଆଯାଇଛି । ଲୋକେ ଯେପରି ରାତିରେ ସେଲିବ୍ରେସନ୍ କରିବେନି, କରୋନା କଟକଣା ପାଳନ କରିବେ ସେ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ସହରର ବିଭିନ୍ନ ପିକନିକ୍ ସ୍ପଟ୍‌ରେ ପୁଲିସ୍ ପଇନ୍ତରା ମାରୁଛି । ପର୍ଯ୍ୟଟନ ସ୍ଥଳିରେ କଟକଣା ଲାଗିବା ପରେ ଏବେ ନିରାଶ ପର୍ଯ୍ୟଟକ ।  ବହୁ ଦୂରଦୂରାନ୍ତରୁ ନୂର ବର୍ଷ ମନାଇବାକୁ ଆସିଥଲେ ବି ଭୋଜିଭାତ କରିନପାରିବାରୁ ନିରାଶ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos