Advertisment

ବଳ ଗୋଟାଇ ରାଜଧାନୀକୁ ଫେରିଲା ‘କରୋନା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସମଗ୍ର ରାଜ୍ୟରେ ‘କରୋନା’ରେ ୨୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରେ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି ୩୮। ସେମାନଙ୍କ ଭିତରୁ ୨ ଜଣ ବର୍ଷକର ଶିଶୁ ଅଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଉଛି। ଅନ୍ୟପକ୍ଷରେ ଆଜି ୧୪ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଆଜି ବିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩୮ […]

ବଳ ଗୋଟାଇ ରାଜଧାନୀକୁ ଫେରିଲା ‘କରୋନା’

bmc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସମଗ୍ର ରାଜ୍ୟରେ ‘କରୋନା’ରେ ୨୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରେ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି ୩୮। ସେମାନଙ୍କ ଭିତରୁ ୨ ଜଣ ବର୍ଷକର ଶିଶୁ ଅଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଉଛି। ଅନ୍ୟପକ୍ଷରେ ଆଜି ୧୪ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

Advertisment

ଆଜି ବିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩୮ ‘କରୋନା’ ଆକ୍ରାନ୍ତ ଭିତରୁ ଜୟଦେବ ବିହାର ମେ’ ଫେୟାର୍‌ ଗଳି ଅଞ୍ଚଳରେ ୫ ଜଣ ଅଛନ୍ତି। ଜଣେ ୭୪ ବର୍ଷୀୟ ମହିଳା ଓ ୩୬, ୭୩ ବର୍ଷର ପୁରୁଷ ଥିବା ବେଳେ ଅନ୍ୟ ୨ ଜଣ ବର୍ଷକର ପିଲା ଅଛନ୍ତି।
ଆଉ ୧୧ ଜଣ ମଞ୍ଚେଶ୍ୱର ଅଞ୍ଚଳରେ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ବୟଷ ୨୯, ୨୬, ୪୨, ୨୦, ୨୮, ୩୭, ୨୩, ୨୭, ୨୪, ୨୧ ଓ ୩୨ ବର୍ଷ ହେବ। ସମସ୍ତେ ଉତ୍ତରପ୍ରଦେଶରୁ ଆସିଛନ୍ତି। ସେହିପରି ମଞ୍ଚେଶ୍ୱର ଅଞ୍ଚଳରୁ ଆଉ ୪ ଜଣ ଚିହ୍ନଟ ହୋଇନ୍ତି। ସମସ୍ତେ ପଶ୍ଚିମବଙ୍ଗରୁ ଫେରିଛନ୍ତି। ସେମାନଙ୍କ ବୟସ ୪୭, ୨୮, ୨୬ ଓ ୩୨ ବର୍ଷ ହେବ। ଅନ୍ୟ ଜଣେ ୪୪ ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗରୁ ଫେରି ପେଡ୍‌ କ୍ୱାରେଣ୍ଟାଇରେ ରହିଥିଲେ।

https://twitter.com/bmcbbsr/status/1275716620309184515?s=20

ସେହିପରି ଆଉ ୨ ଜଣ ୟୁନିଟ୍‌-୮ ଡେଲ୍‌ଟା ଅଞ୍ଚଳରେ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ମୁମ୍ୱାଇରୁ ଫେରିଥିଲେ। ସେମାନଙ୍କ ଭିତରୁ ଜଣେ ୪୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୩୭ ବର୍ଷୀୟ ମହିଳା ଅଛନ୍ତି। ଆଉ ଜଣେ ୟୁନିଟ୍‌-୬ ଅଞ୍ଚଳର ୨୪ ବର୍ଷୀୟ ଯୁବକ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେ ବାଙ୍ଗାଲୁରୁରୁ ଫେରିଥିଲେ। ସେହିପରି ଆଉ ଜଣେ ୩୮ ବର୍ଷୀୟ ଯୁବକ ମଞ୍ଚେଶ୍ୱର ଅଞ୍ଚଳର ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି।

Advertisment

ଶିରିପୁର ଲକ୍ଷ୍ମୀବଜାର ଅଞ୍ଚଳର ୪ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ମୁମ୍ୱାଇ ଫେରିନ୍ତା। ସମାନଙ୍କ ବୟସ ୧୪, ୧୮ ବର୍ଷର ମହିଳା ଓ ୧୧, ୨୨ ବର୍ଷର ପୁରୁଷ। ଅନ୍ୟ ଜଣେ ଚକେଇଶିଆଣି ହାଡବାଇ ବସ୍ତିର ୪୬ ବର୍ଷର ପୁରୁଷ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଜଣେ ୨୯ ବର୍ଷର ମହିଳା ଓ ୩୯ ବର୍ଷର ପୁରୁଷ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଉଭୟ ବେସରକାରୀ ମେଡିକାଲର କର୍ମଚାରୀ ଅଛନ୍ତି। ଆଉ ଜଣେ ୪୦ ବର୍ଷର ମହିଳା ସରକାରୀ ମେଡିକାଲ୍‌ର କର୍ମଚାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଉ ଜଣେ ୩୫ ବର୍ଷର ପୁରୁଷ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘର ଭିଏସ୍‌ଏସ୍‌ ନଗରରେ।

‘କରୋନା’ରେ ଆକ୍ରାନ୍ତ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି। ଏହାଛଡ଼ା ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଉଛି। ଅନ୍ୟପକ୍ଷରେ ଆଜି ୧୪ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe