ଭୁବନେଶ୍ୱରରୁ ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ, ପଟିଆରୁ ୬୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୧୦୦୦ ତଳକୁ ଖସିଲା କରୋନା ସଂକ୍ରମଣ। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୫୫ ଲୋକାଲ୍‌ କେସ। ଏହାଛଡ଼ା ଆଜି ୪୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ପଟିଆକୁ ନେଇ ବିଏମ୍‌ସି ଚିନ୍ତାରେ ପଡ଼ିଛି। ଆଜି ଚିହ୍ନଟ ହୋଇଥିବା ୭୫୫ ଲୋକାଲ୍‌ କେସ ଭିତରୁ […]

bmc

Manoranjan Sial
  • Published: Thursday, 29 April 2021
  • , Updated: 29 April 2021, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୧୦୦୦ ତଳକୁ ଖସିଲା କରୋନା ସଂକ୍ରମଣ। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୫୫ ଲୋକାଲ୍‌ କେସ। ଏହାଛଡ଼ା ଆଜି ୪୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ପଟିଆକୁ ନେଇ ବିଏମ୍‌ସି ଚିନ୍ତାରେ ପଡ଼ିଛି।

ଆଜି ଚିହ୍ନଟ ହୋଇଥିବା ୭୫୫ ଲୋକାଲ୍‌ କେସ ଭିତରୁ ଭରତପୁର, ଭୋଇ ନଗର, ଗୌରୀ ନଗର, ମାଷ୍ଟର କ୍ୟାଣ୍ଟିନ୍‌, ଗୌତମ ନଗର, ଗଙ୍ଗାନଗର, ଫାୟାର ଷ୍ଟେସନ୍‌ ସ୍କ୍ୱେୟାର, ବାଲିପାଟଣା, ସିଆର୍‌ପି ସ୍କ୍ୱେୟାର, ଲୋଇସ୍‌ ରୋଡ୍‌, ଲକ୍ଷ୍ମୀ ବିହାର, ନ୍ୟୁ ଫରେଷ୍ଟ ପାର୍କ, ଓଲ୍‌ଡ ଏଜି କଲୋନୀ, ରବୀ ଟକିଜ, ବାଣୀ ବିହାର, ପାହାଳ, ପାଇକରାପୁର, ପାଣ୍ଡବ ବିହାର, ନ୍ୟୁ ଏଜି କଲୋନୀ, ଭୁବନେଶ୍ୱର ସାମନ୍ତରାପୁର, ସମ୍ପୁର, ଶିଖରଚଣ୍ଡି ନଗର, ୟୁନିଟ୍‌-୫ ଓ  କାନନ ବିହାରରୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/bmcbbsr/status/1387752137526890498?s=20

ସେହିପରି ଡେଲ୍‌ଟା କଲୋନୀରୁ ୫, ହଂସପାଳରୁ ୩, ଲକ୍ଷ୍ମୀ ସାଗରରୁ ୩୪, ନାଗେଶ୍ୱର ଟାଙ୍ଗିରୁ ୪,  ନହରକଣ୍ଟାରୁ ୧୨, ଜୟଦେବ ବିହାରରୁ ୧୫, ମଧୁସୂଦନ ନଗରରୁ ୨, ମୈତ୍ରୀ ବିହାରରୁ ୫, ମଞ୍ଚେଶ୍ୱରରୁ ୨୦, ଲିଙ୍ଗିପୁରରୁ ୩, ଆଇଗିଣିଆରୁ ୪, ବିଜେବି ନଗରରୁ ୧୯, ଗଙ୍ଗୋତ୍ରୀ ନଗରରୁ ୨, ଖଣ୍ଡଗିରିରୁ ୪୬, ଆଇଆର୍‌ସି ଭିଲେଜରୁ ୮, ଜାଗମରାରୁ ୧୬, ଘାଟିକିଆରୁ ୪, ଜୟଦୁର୍ଗା ନଗରରୁ ୪, ଝାରପଡ଼ାରୁ ୨୦, କଳାରାହାଙ୍ଗରୁ ୩, କଳିଙ୍ଗନଗରରୁ ୫, କଳିଙ୍ଗ ନଗରରୁ ୯, କଳ୍ପନାରୁ ୭,  ଚନ୍ଦ୍ରଶେଖରପୁରରୁ ୩୨, ଫରେଷ୍ଟ ପାର୍କ ଏରିଆରୁ ୬, ଗାଡ଼କଣରୁ ୬, ଗଜପତି ନଗରରୁ ୩, ଡୁମ୍‌ଡୁମାରୁ ୧୩, ୭ମ ବାଟାଲିୟନ୍‌ରୁ ୩, ବୁଦ୍ଧ ନଗରରୁ ୨, ଚିନ୍ତାମଣୀଶ୍ୱରରୁ ୭, ଚକେଇଶିଆଣୀରୁ ୬, ବମୀଖାଲରୁ ୧୯, ଭୀମଟାଙ୍ଗିରୁ ୫, ଭୀମପୁରରୁ ୩,  ବାପୁଜୀ ନଗରରୁ ୭, ବରମୁଣ୍ଡାରୁ ୧୪, ବଶିଷ୍ଟ ନଗରରୁ ୨, ଆଚାର୍ଯ୍ୟ ବିହାରରୁ ୨, ନୟାପଲ୍ଲୀରୁ ୫୮, ଅଶୋକ ନଗରରୁ ୨ ଓ ବଡ଼ଗଡ଼ରୁ ୪ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ନୀଳାଦ୍ରି ବିହାରରୁ ୧୫, ପାତ୍ରପଡ଼ାରୁ ୬, ସହିଦ ନଗରରୁ ୫, ୟୁନିଟ୍‌-୪ରୁ ୬, ୟୁନିଟ୍‌-୬ରୁ ୧୨, ୟୁନିଟ୍‌-୮ରୁ ୧୧, ୟୁନିଟ୍‌-୯ରୁ ୧୨  ସୌଭାଗ୍ୟ ନଗରରୁ ୩, ସୁନ୍ଦରପଦାରୁ ୬, ସୂର୍ଯ୍ୟନଗରରୁ ୨, ଟଙ୍କପାଣି ରୋଡ୍‌ରୁ ୮, ୟୁନିଟ୍‌-୩ରୁ ୮,  ଶିରିପୁରରୁ ୬, ସାମନ୍ତବିହାରରୁ ୨, ଶାସ୍ତ୍ରୀ ନଗରରୁ ୭, ସତ୍ୟ ନଗରରୁ ୫, ସତ୍ୟ ବିହାରରୁ ୨, ସାମନ୍ତରାପୁରରୁ ୮, ଶୈଳଶ୍ରୀ ବିହାରରୁ ୪, ପଟିଆରୁ ୬୧, ଭିଏସ୍‌ଏସ୍‌ ନଗରରୁ ୨, ରଙ୍ଗମାଆରୁ ୨, ରସୁଲ୍‌ଗଡ଼ରୁ ୮, ପାଇକନଗରରୁ ୫, ଓଲ୍‌ଡ ଟାଉନ୍‌ରୁ ୮, ପାଣ୍ଡରାରୁ ୫, ପୋଖରୀପୁଟରୁ ୨୧,  ପଳାଶପଲ୍ଲୀରୁ ୩, ପଳାଶୁଣୀରୁ ୮ ଜଣ ଲେଖାଏ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Related story