Advertisment

ଲିଭିନି ଅଳତା, ଜୁଇରେ ଜଳିଲା ନବବଧୂର ଚିତା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ବିବାହକୁ ବର୍ଷେଟିଏ ବି ପୂରି ନ ଥିଲା। ୪ ମାସ ହେଲା ଗଢ଼ିଥିଲେ ସଂସାର । ଯା’ ହାତ ଧରି ନିଜ ଲୋକଙ୍କୁ ପଛରେ ଛାଡ଼ି ଆସିଥିଲେ, ବାକି ଜୀବନ ବି ତା’ ସହ ହସଖୁସିରେ କାଟିଦେବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ସବୁ କିଛି ଛାରଖାର ହୋଇଗଲା। ପାଦରୁ ଅଳତା ଲିଭି ନ ଥିବା ବେଳେ ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିବା ନବବଧୂ ଶେଷରେ ଯୌତୁକ […]

ଲିଭିନି ଅଳତା, ଜୁଇରେ ଜଳିଲା ନବବଧୂର ଚିତା

bribe

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ବିବାହକୁ ବର୍ଷେଟିଏ ବି ପୂରି ନ ଥିଲା। ୪ ମାସ ହେଲା ଗଢ଼ିଥିଲେ ସଂସାର । ଯା’ ହାତ ଧରି ନିଜ ଲୋକଙ୍କୁ ପଛରେ ଛାଡ଼ି ଆସିଥିଲେ, ବାକି ଜୀବନ ବି ତା’ ସହ ହସଖୁସିରେ କାଟିଦେବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ସବୁ କିଛି ଛାରଖାର ହୋଇଗଲା। ପାଦରୁ ଅଳତା ଲିଭି ନ ଥିବା ବେଳେ ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିବା ନବବଧୂ ଶେଷରେ ଯୌତୁକ ଜୁଇରେ ଜଳିଗଲା।

Advertisment

ଏପରି ଏକ ଦୁଃଖଦ ଘଟଣା ରାଉରକେଲାର ଛେଣ୍ଡ ଥାନା ଅନ୍ତର୍ଗତ ପ୍ରଧାନପାଲିରେ ଘଟିଛି । ମୃତ ମହିଳାଜଣଙ୍କ ହେଲେ ରାଜଲଷ୍ମୀ ଦେବତା । ସୋମବାର ସନ୍ଧ୍ୟାରେ ତାଙ୍କର ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଶାଶୁ ଘରୁ ଉଦ୍ଧାର ହୋଇଥିଲା। ଯୌତୁକ ଜନିତ ନିର୍ଯାତନା ଦେଉଥିବା ଶାଶୁ ଘର ଲୋକେ ତାଙ୍କୁ  ହତ୍ୟା କରିଥିବା କହିଛନ୍ତି ରାଜଲଷ୍ମୀଙ୍କ ବଡ ଭଉଣୀ ।

ସୂଚନାଯୋଗ୍ୟ, ଚାରିମାସ ପୂର୍ବେ ବାଲୁ ଘାଟ ଅଞ୍ଚଳର କାଳନ୍ଦୀ ସାହୁଙ୍କ ଝିଅ ରାଜଲଷ୍ମୀ ବିବାହ କରିଥିଲେ ପ୍ରଧାନ ପାଲିର ହେମନ୍ତ ଦେବତାଙ୍କ ପୁଅ ସନ୍ଦୀପଙ୍କୁ । ବିବାହ ସମୟରେ ଦାବୀ ମୁତାବକ ନଗଦ ୩ଲକ୍ଷ ଟଙ୍କା ଏବଂ ଗହଣା ସହ ଅନ୍ୟାନ୍ୟ ସାମଗ୍ରୀ ଦିଆ ଯାଇଥିଲା । କିନ୍ତୁ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି ସହ ରାଜଲଷ୍ମୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ଛେଣ୍ଡ ଥାନାରେ ଅଭିଯୋଗ ହୋଇଥିଲା ।

Advertisment

ରାଜଲକ୍ଷ୍ମୀଙ୍କ ବାପ ଘର ଲୋକ ତାଙ୍କର ସମସ୍ତ ସାମଗ୍ରୀ ନେଇଯାଇଥିବା ବେଳେ  ସେଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତା ଅନୁସନ୍ଧାନ ପରେ ଜଣା ପଡିବ ବୋଲି ପୁଲିସ୍‌ କହିଛି।  ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe