Advertisment

Family Dispute: ରୋଷେଇ କଥାରୁ...

ବାହାଘରକୁ ୨ମାସ ପୂରିନି। ଶାଶୂଘରୁ ହଠାତ୍ କେଉଁଆଡେ ଗାଏବ ହୋଇଗଲେ ନବବଧୂ। ଚାରିଆଡେ ହୁରି ପଡ଼ିଗଲା, ନୂଆବୋହୂ ଗଲା କୁଆଡ଼େ । ବାପଘର ଲୋକଙ୍କ ସହ ପୂରା ଗାଁ ଉଠିଆସି ଶାଶୂଘର ଆଗରେ ହୋହଲ୍ଲା କଲେ ।

Marriage
Advertisment

ବାହାଘରକୁ ୨ମାସ ପୂରିନି। ଶାଶୂଘରୁ ହଠାତ୍ କେଉଁଆଡେ ଗାଏବ ହୋଇଗଲେ ନବବଧୂ। ଚାରିଆଡେ ହୁରି ପଡ଼ିଗଲା, ନୂଆବୋହୂ ଗଲା କୁଆଡ଼େ । ବାପଘର ଲୋକଙ୍କ ସହ ପୂରା ଗାଁ ଉଠିଆସି ଶାଶୂଘର ଆଗରେ ହୋହଲ୍ଲା କଲେ । ହତ୍ୟା ଅଭିଯୋଗ ବି ଆଣିଲେ । ହେଲେ ଶେଷରେ ଯାହା ଘଟିଲା, ତାହା ଦେଖି ସମସ୍ତେ ତାଜୁବ। 

Advertisment

ଘଟଣାଟି ପୁରୀ ଜିଲ୍ଲା କଣାସ ବ୍ଲକ ସୁନାଖଳା ଗାଁର। ଦୁଇ ମାସ ତଳେ କାଳିଘଡ଼ି ଗାଁର ରାମଚନ୍ଦ୍ର ସାମନ୍ତରାୟଙ୍କ ଝିଅ ମଧୁସ୍ମିତା ସୁନାଖଳା ଗାଁର ରବୀନ୍ଦ୍ର ଚମ୍ପତିଙ୍କୁ ବିବାହ କରିଥିଲେ। ହେଲେ ମଧୁସ୍ମିତା ହଠାତ୍ ନିଖୋଜ ହୋଇଗଲେ। ସେ କୁଆଡେ ସକାଳୁ ନଦୀକୁ ଗାଧୋଇବାକୁ ଯାଇ ଫେରିନଥିବା ଶାଶୂଘର ଲୋକେ କହିଲେ। 

ମଧୁସ୍ମିତାଙ୍କ ବାପଘର ଲୋକେ ମାନି ନଥିଲେ।  ଝିଅକୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କଲେ। ରାସ୍ତାରୋକ ହେଲା, ନିଆଁ ଜଳିଲା । ଆନ୍ଦୋଳନ ଜୋରଦାର ହେଲା। ପୁଲିସ୍‌ ଆସିଲା, ଖୋଜାଖୋଜି କରାଗଲା। ନଦୀ କିମ୍ବା ପୋଖରୀକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହରେ ସେଠାରେ ଖୋଜିଲା ODRAF ଟିମ୍। ହେଲେ ମିଳିଲେନି ମଧୁସ୍ମିତା। ଫଳରେ ଜାରି ରହିଲା କାନ୍ଦ ବୋବୋଳି। 

Advertisment

ମଧୁସ୍ମିତା ନିଖୋଜ ହେବାର 24 ଘଣ୍ଟା ନପୂରୁଣୁ ଘଟଣାରେ ଆସିଲା ଟ୍ୱିଷ୍ଟ। ଯାହା ପାଇଁ ଏତେ ହଙ୍ଗାମା ହେଲା, ସେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ। ନିରାକାରପୁର ଷ୍ଟେସନରୁ ତାଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଲେ ଗଡ଼ିସାଗୋଦା ଥାନା ପୁଲିସ। ରୋଷେଇ କଥାକୁ ନେଇ ଶାଶୂଘରେ ପାଟିତୁଣ୍ଡ ଲାଗୁଥିବାରୁ ଘର ଛାଡ଼ି ପଳାଇଥିଲେ ବୋଲି କହିଛନ୍ତି ମଧୁସ୍ମିତା। 

ପୁରୀ ଜିଲ୍ଲା କଣାସରୁ ଦ୍ୱିତୀକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe