Advertisment

Crime: ବାହାଘରର ୧୪ ଦିନ ପରେ ନବବଧୂ ପ୍ରେମିକ ସହ ଫେରାର; ସାଙ୍ଗରେ ନେଇଯାଇଛନ୍ତି ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨୦ ହଜାର ଟଙ୍କା

ଫେରାର ହୋଇଗଲେ ଆଉ ଜଣେ ନବବଧୂ। ବାହାଘରର ଚଉଦ ଦିନ ପରେ ଫେରାର ହୋଇଯାଇଛନ୍ତି ଏହି ନବବଧୂ। ସେ ତାଙ୍କ ପ୍ରେମିକ ସହିତ ଫେରାର ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ।

author-image
Jitendra Garnayak
Marriage

ଫେରାର ହୋଇଗଲେ ଆଉ ଜଣେ ନବବଧୂ। ବାହାଘରର ଚଉଦ ଦିନ ପରେ ଫେରାର ହୋଇଯାଇଛନ୍ତି ଏହି ନବବଧୂ। ସେ ତାଙ୍କ ପ୍ରେମିକ ସହିତ ଫେରାର ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ।

Advertisment

ଗତ ଆଠ ତାରିଖ ଦିନ ସହରର ଧୋବପଡ଼ାର ଲକ୍ଷ୍ମୀପ୍ରିୟା ଓରଫ ବିନି ବେହେରା ମୁରିବାହାଲ ଥାନା ଅଞ୍ଚଳର ମୁକେଶଙ୍କୁ ବାହା ହୋଇଥିଲେ। ବାହାଘରର ୧୦ ଦିନ ପରେ ନିୟମ ମୁତାବକ ଘର ଲେଉଟାଣିରେ ବାପ ଘରକୁ ଆସିଥିଲେ ବିନି। 

୧୮ ତାରିଖ ରାତିରେ ସୁଯୋଗ ଦେଖି ବିନି ବାପ ଘରୁ ଫେରାର ମାରିଥିଲେ। ପରେ ଜଣାପଡ଼ିଲା ଯେ ବିନି ତାଙ୍କ ପ୍ରେମିକ ପ୍ରଶାନ୍ତ ମଜଖଣ୍ଡ ସହ ଫେରାର ହୋଇଯାଇଛନ୍ତି। 

Advertisment

ନବବଧୂର ବାପା କଣ୍ଟାବାଞ୍ଜି ଥାନାରେ ତାଙ୍କ ଝିଅ ଓ ପ୍ରେମିକ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ତିନି ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ନେଇ ଝିଅ ଫେରାର ହୋଇଥିବା ସେ ଥାନାରେ ଅଭିଯୋଗ କାଛନ୍ତି। ନବବଧୂଙ୍କ ସ୍ୱାମୀ ମୁକେଶ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଦୁଇ ଦିନ ତଳେ ବଲାଙ୍ଗୀର ସହର ଠାରୁ ୨୫ କିମି ଦୂର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଡ଼ବନ୍ଧ ନିକଟରୁ ଜଣେ ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିଥିଲେ। ଯୁବତୀ ଜଣଙ୍କ ବାହା ହୋଇ ସ୍ୱାମୀଙ୍କ ସହିତ ବଲାଙ୍ଗିର ଉପକଣ୍ଠସ୍ଥ କାମାକ୍ଷୀନଗରରେ ଥିବା ତାଙ୍କ ଶ୍ୱଶୁର ଘରକୁ ଯାଉଥିବା ବେଳେ ତାଙ୍କ ପ୍ରେମିକ ରାସ୍ତାରେ ବନ୍ଧୁକ ଦେଖାଇ ତାଙ୍କୁ ନେଇଯାଇଥିଲେ। ଏନେଇ ବର ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉଭୟ ସମ୍ବଲପୁରର ପ୍ରଫେସର ପଡ଼ାରେ ଜଣେ ସମ୍ପର୍କୀୟଙ୍କ ଘରେ ଥିବା ବେଳେ ପୁଲିସ ମୋବାଇଲ ଫୋନ୍ ଟ୍ରାକ୍‌ କରି ସେମାନଙ୍କୁ ଗତକାଲି ବିଳମ୍ବିତ ରାତିରେ ଧରିଥିଲା। ସମ୍ବଲପୁର ପୁଲିସ୍ ସେମାନଙ୍କୁ ଧରି ଥାନାରେ ଅଟକ ରଖି ଜେରା କରିବା ପରେ ସୁବର୍ଣ୍ଣପୁର ପୁଲିସକୁ ହସ୍ତାନ୍ତର କରିଛି।