ବେଦିରେ ବସି ସିନ୍ଥିରେ ସିନ୍ଦୂର ଲଗାଉଥିଲା କନିଆ। ସେପଟେ ବନ୍ଧୁକରେ ଗୁଳି ଖଞ୍ଜୁଥିଲା ପ୍ରେମିକ। ରକ୍ତପାତର ଇରାଦା ନ ଥିଲା ପ୍ରେମିକଙ୍କର। କନିଆ ଅପହରଣ ପ୍ଲାନିଂର ଇଏ ଗୋଟାଏ ଅଂଶ ଥିଲା। ପୂରା ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଲା। ଅଧାବାଟରେ ବର ଗାଡିକୁ ଟାର୍ଗେଟ କଲା। ବର ମୁଣ୍ଡରେ ବନ୍ଧୁକ ରଖି, କନିଆକୁ ଇସାରା କଲା। ଆଉ ହାତ ଧରି ଫେରାର ହୋଇଗଲା।
କନିଆ ଫେରର ହୋଇଯିବା ଓ ବର ଶିଶୁପାଳ ହୋଇଯିବା ଘଟଣା ଆପଣଙ୍କ ପାଇଁ ଆଦୌ ନୂଆ ନୁହେଁ। ହେଲେ ଏ ଘଟଣା ଟିକେ ଅଲଗା ପ୍ରକାର। ଘଟଣା ଘଟିଛି ବଲାଙ୍ଗୀର ସହରଠାରୁ ମାତ୍ର ୨୫ କିମି ଦୂରରେ ଥିବା ବଡ଼ବନ୍ଧ ଅଞ୍ଚଳରେ।
ବାହାଘର ଭଲରେ ଭଲରେ ହୋଇଥିଲା। କୌଣସି ଅସୁବିଧା ହୋଇନଥିଲା। ଅସୁବିଧା ହୋଇଥିଲା କନିଆକୁ ଧରି ବର ନିଜ ଘରକୁ ଗଲା ବେଳେ। ଅଗ୍ନିକୁ ସାକ୍ଷୀ ରଖି ମଥାରେ ସିନ୍ଦୁର ନାଇଥିଲା କନିଆ। ହେଲେ କିଏ ଜାଣିଥିଲା ବାହାଘରର ଏ ଯାତ୍ରା ଅଧବାଟରେ ଅଟକିଯିବ ବୋଲି। କିଏ ଜାଣିଥିଲା, କନିଆ ଶାଶୁ ଘରକୁ ନୁହେଁ, ପ୍ରେମିକ ସହ ପଳେଇବ ବୋଲି ? କିନ୍ତୁ ଠିକ୍ ସେଇଆ ହେଲା, ଯାହା କେହି କଳ୍ପନା କରି ନ ଥିଲେ।
ବରର ଘର ବଲାଙ୍ଗିର ସହର ଉପକଣ୍ଠ କାମାକ୍ଷୀନଗରରେ। ଆଜି ବର ଘରର ଭୋଜି ଥିଲା । କିନ୍ତୁ ଏବେ ବର ଘରେ ଶୂନଶାନ ପରିସ୍ଥିତି। ସାତ ଜନମର ସାଥିକୁ ଆଣିବା ପାଇଁ ଧୂମଧାମରେ ବାହାଘର ଆୟୋଜନ କରିଥିଲେ । ବିଧବା ମା ଏକମାତ୍ର ପୁଅର ବାହାଘର କରିବା ପାଇଁ ଋଣ କରିଥିଲେ। ପାଖାପାଖି ଦୁଇଲକ୍ଷର ସୁନା ଅଳଙ୍କାର ପିନ୍ଧାଇଥିଲେ । କନିଆଁ ଘର ଲୋକେ ବି ଜାକଜମକରେ ବାହାଘର କଲେ । କିନ୍ତୁ ବନ୍ଧୁକ ଦେଖାଇ କନିଆଁ ନେଇ ପ୍ରେମିକ ଫେରାର ମାରିଥିବାରୁ ମାମଲା ରୁଜୁ କରି ତଦନ୍ତ କରୁଛି ତରଭା ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/22/marriage-2026-02-22-18-17-28.jpg)