balasore
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ କାଲିଠୁ ଆଉ ନିସ୍ତାର ନାହିଁ। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍ନେସ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ିଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ ନିୟମ କଡ଼ା କଡ଼ି ଭାବେ ଲାଗୁ ହେବ। ଏଥିପାଇଁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ। ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ଉଲ୍ଲଂଘନକାରୀଙ୍କ ସହିତ ଝଗଡ଼ା କରିବା ନାହିଁ। ନିୟମ ନମାନି ଖସିଗଲେ ଧରିନେବ ସିସିଟିଭି। ଆଉ ସେହି ଆଧାରରେ କରାଯିବ ଜୋରିମାନା। ସେହି ଚାଲାଣ ଡାକରେ ସିଧା ଯିବ ଘରକୁ।
ନୂଆ ଟ୍ରାଫିକ୍ କୋହଳ ପାଇବା ପରେ ରାସ୍ତାରେ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି ଗାଡ଼ି ଚାଳକ। କିଏ ବିନା ହେଲ୍ମେଟ୍ରେ ଦୁଇରୁ ଅଧିକ ଲୋକଙ୍କୁ ବସାଇ ଯାଉଛି ତ ଆଉ କଏ ରେଡ୍ ଲାଇଟ୍ ଅତିକ୍ରମ କରି ଛିଡ଼ା ହୋଇଛି। ଆଉ କିଏ ବିପରିତ ଦିଗରେ ଯାଉଛି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗାଡି ଚାଳକଙ୍କ ଏପରି ବେପରୁଆ ମନୋଭାବ ଆଉ ଚଳିବ ନାହିଁ। କାରଣ ଆସନ୍ତାକାଲିଠାରୁ କଡ଼ାକଡ଼ି ଭାବେ ଲାଗୁ ହେବ ନିୟମ। ଆଉ ଏଥିରେ ଯିଏ ଉଲ୍ଲଂଘନ କରିବ, ତାକୁ ଗଣିବାକୁ ପଡ଼ିବ ଜୋରିମାନା। ଏଥିପାଇଁ ପରିବହନ କମିଶନର ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି।
ଚିଠିରେ ୧୦ଟି ପଏଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ନିୟମ ଗୁଡ଼ିକ ଉଲ୍ଲଂଘନ କରେ ଜୋରିମାନା ଦେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ଯେମିତିକି ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦୦୦ ଟଙ୍କା, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫୦୦୦, ଟ୍ରାଫିକ୍ର ବିପରୀତ ଦିଗରେ ଗାଡ଼ି ଚଳାଇଲେ ୫୦୦୦, ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହା କଲେ ୫୦୦୦, ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ୫୦୦୦, ଦୁଇଚକିଆରେ ତିନିଜଣ ଗଲେ ୫୦୦୦, ଅତ୍ୟଧିକ ଭାର ପରିବହନ ଲାଗି ୨୦୦୦, ରେଟ୍ ଲାଇଟକୁ ଅବମାନନା କଲେ ୫୦୦୦, ହେଲମେଟ୍ ନପିନ୍ଧିଲେ ୧୦୦୦ ଓ ସିଟ୍ ବେଲ୍ଟ ନ ପିନ୍ଧିଲେ ୧୦୦୦ ଟଙ୍କା ଲେଖାଏଁ ତଣ୍ଡ ଗଣିବାକୁ ପଡ଼ିବ।
ତେବେ ରାଜଧାନୀ ଭୁବନେଶ୍ୱରରେ ନିୟମ ଉଲ୍ଲଂଘନକାରୀ ବର୍ତ୍ତିବାର ଚାନ୍ସ ନାହିଁ। କାରଣ ଏଠି ଛକ ଛକରେ ଜଗିଛି ସିସି କ୍ୟାମେରା। ଆଉ ରୁପାଲି ଛକରେ ଲାଗିଛି ଅତ୍ୟାଧୁନିକ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର ମେସିନ୍। ଯେଉଁଥିରେ ପୁଲିସ୍ ନଜରରୁ ହୁଏତ ଗାଡ଼ି ଚାଳକ ଖସି ଯାଇ ପାରନ୍ତି। ହେଲେ ଏହି ମେସିନ୍ ଗାଡ଼ିର ନମ୍ବର ସ୍କାନ କରିନେବ। ପରେ ସେହି ଗାଡ଼ି ଚାଳକଙ୍କ ପାଖକୁ ସିଧା ଡାକରେ ଚାଲିଯିବ ମୋଟା ଅଙ୍କର ଚାଲାଣ। ପୁଲିସ ନଧରିଲେ ମଧ୍ୟ ତଣ୍ଡ ଗଣିବେ ଉଲ୍ଲଂଘନକାରୀ। ଏମିତିକି ଜୋରିମାନା ନଦେଲେ ଅର୍ଟିଓ ଅଫିସ୍ ଖାତାରେ ନାଁ ଗଡ଼ିବ। ପରେ ସୁଧ ମୂଳ କରି ଉଲ୍ଲଂଘନକାରୀଙ୍କଠୁ ଆଦାୟ ହେବ ଜୋରିମାନା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।
ରେକର୍ଡ଼ ଭାଙ୍ଗିଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା
ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ମଦୁଆ ଗାଡ଼ି ଚାଳକମାନେ ସାବାଡ଼ ହେଉ ନାହାନ୍ତି। ମଦ ପିଇ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମ ଆଗରେ ଅଛି। ଗତ ୨୬ ଘଣ୍ଟା ଭିତରେ ମୋଟ୍ ୧୬୦ ଜଣ ଗିରଫ ହୋଇଥିବା ବେଳେ ସେଥିରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି। ସେହିପରି ବାଙ୍କୀ ଜାତମୁଣ୍ଡିଆ ଛକରେ ଜଣେ ମଦ୍ୟପ ଡ୍ରାଇଭରଙ୍କଠାରୁ ୧୦ ହଜାର ଟଙ୍କା ଚାଲାଣ କଟା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/balasore-1.jpg)