Advertisment

ରାଜଧାନୀରେ ବହେ ହଲ୍ଲାପଟା ହେଲେ ଶିକ୍ଷକ, ଶିକ୍ଷୟିତ୍ରୀ

‘ଗୁରୁବାରଠାରୁ ସରକାରଙ୍କ ଡ୍ରେସ କୋଡ୍‌ ନିୟମ ମାନିବୁନି। ଡ୍ରେସ୍‌ କୋଡ୍ ପାଇଁ ସରକାର ଆମକୁ ଟଙ୍କାଟିଏ ଦେଉ ନାହାନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ଯେଉଁ ସହଯୋଗ କରୁଥିଲୁ, ତାକୁ ମଧ୍ୟ ବର୍ଜନ କରିବୁ।’

ଅଦ୍ୟତନ ହୋଇଛି
Teacher

Teacher

Advertisment

ଆନ୍ଦୋଳନ କରିବାକୁ ଆସି ସରକାରଙ୍କ ଜାଲରେ ଫସିଗଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ। ରାଜଧାନୀ ଭୁବନେଶ୍ୱରରେ ବହେ ହଲ୍ଲାପଟା ହେଲେ। ମହାତ୍ମା ଗାନ୍ଧୀ ମାର୍ଗରୁ ପୁଲିସ ଘଉଡ଼ାଇ ଦେବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆଇଜି ପର୍କକୁ ଯିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେଠାରେ ପ୍ରଶାସନ ତାଲା ପକାଇ ଦେବାରୁ ପ୍ରଦର୍ଶନୀ ପଡ଼ିଆକୁ ନିଜର ଶେଷ ଠିକଣା ଭାବେ ଗ୍ରହଣ କରି ହିସାବ କିତାବ କରି ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ି ଫେରିଗଲେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା।

Advertisment

ଦୀର୍ଘ ଦିନ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବାକୁ ମଙ୍ଗଳବାର ରାତିରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ସକାଳେ ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ରେ ଏକତ୍ର ହୋଇଥିଲେ। ପରେ ଶୋଭାଯାତ୍ରାରେ ଯାଇ ମହାତ୍ମା ଗାନ୍ଧୀରେ ସଭା କରିବାକୁ ଚାହୁଁଥିଲେ। ମାତ୍ର ପୂର୍ବରୁ ଚେତାବନୀ ଦେଇଥିବା କମିଶନରେଟ୍‌ ପୁଲସ୍‌ ସେମାନଙ୍କୁ ସଭା କରିବାକୁ ଦେଇନଥିଲା।

ମହାତ୍ମା ଗାନ୍ଧୀ ମାର୍ଗରୁ ଶିକ୍ଷକମାନଙ୍କୁ ଘଉଡାଇ ଦେଇଥିଲା ପୁଲିସ୍‌। ପରେ ଶିକ୍ଷକମାନେ ଆଇଜି ପାର୍କରେ ସଭା କରିବାକୁ ଯାଉଥିଲେ। ପ୍ରଶାସନ ଏ ସମ୍ପର୍କରେ ଜାଣିପାରି ପାର୍କ ଗେଟ୍‌ରେ ତାଲା ପକାଇ ଦେଇଥିଲା। ଶେଷରେ କିଛି ଉପାୟ ନପାଇ ଶିକ୍ଷକମାନେ ପ୍ରଦର୍ଶନୀ ପଡ଼ିଆରେ ଷ୍ଟିୟରିଂ କମିଟି ବୈଠକ କରିବା ପାଇଁ ଯାଇଥିଲେ। ହେଲେ ସେଠାରେ ମଧ୍ୟ ଶିକ୍ଷକମାନେ ବହେ ହଲ୍ଲାପଟ୍ଟା ହେଲେ। ଅଧେ ଶିକ୍ଷକଙ୍କୁ ପଡ଼ିଆ ଭିତରକୁ ଛଡ଼ା ଯାଇଥିବା ବେଳେ ଅନ୍ୟମାନଙ୍କୁ ଘଉଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ପ୍ରଦର୍ଶନୀ ପଡ଼ିଆରେ ବସିଥିବା ଷ୍ଟିୟରିଂ କମିଟି ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ୫ଟି ସଂଘର ୬୪ ଜଣ କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ଆନ୍ଦୋଳନର ପରବର୍ତ୍ତୀ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ୫ଟି ସଂଘକୁ ନେଇ ଗଠିତ ହୋଇଥିବା କମିଟି ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବ ବୋଲି ସ୍ଥିର ହୋଇଥିଲା। ବୈଠକରେ ନିଷ୍ପତ୍ତି ଅନୁସାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏବେ ଆନ୍ଦୋଳନକୁ ସ୍ଥଗିତ ରଖିବେ।

ସଭାପତି ମଣ୍ଡଳର ବରିଷ୍ଠ ସଦସ୍ୟଙ୍କ କହିବା ଅନୁସାରେ ଆସନ୍ତା କାଲି ଅର୍ଥାତ ଗୁରୁବାରଠାରୁ ସରକାରଙ୍କ ଡ୍ରେସ କୋଡ୍‌ ନିୟମ ମାନିବୁନି। ଡ୍ରେସ୍‌ କୋଡ୍ ପାଇଁ ସରକାର ଆମକୁ ଟଙ୍କାଟିଏ ଦେଉ ନାହାନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ଯେଉଁ ସହଯୋଗ କରୁଥିଲୁ, ତାକୁ ମଧ୍ୟ ବର୍ଜନ କରିବୁ। ୬ ମାସ ହେଲା ମଧ୍ୟାହ୍ନ ଭୋଜନ ପାଇଁ ସରକାର ଟଙ୍କାଟିଏ ଦେଇ ନାହାନ୍ତି। ସିଆରସିସି ଦାୟିତ୍ୱରୁ ମଧ୍ୟ ଓହରି ଯାଇ ପ୍ରତିବାଦ କରିବୁ। ସଂଘର ପରବର୍ତ୍ତୀ ବୈଠକ ଏପ୍ରିଲ ପ୍ରଥମ ସପ୍ତାହରେ ପୁଣି ଥରେ ବସିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି।

Bhubaneswar Bhubaneswar News Protest Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe