Advertisment

ଶିଖରଚଣ୍ଡୀ ପାହାଡ଼ରେ ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ

ଶୀଖରଚଣ୍ଡୀ ପାହାଡକୁ ଧ୍ୱଂସ୍ତ ବିଧ୍ୱଂସ୍ତ କରିଦିଆଯାଉଛି। ପ୍ରକଳ୍ପ ପାଇଁ କଟା ଯାଉଛି ହଜାର ହଜାର ଗଛ । ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଛାଟ ଲାଗିଛି।

author-image
Manoj Swain

ଶିଖରଚଣ୍ଡୀ ପାହାଡ଼ ବା ହନୁମାନ ପାହାଡ଼କୁ ଧ୍ୱଂସ୍ତ ବିଧ୍ୱଂସ୍ତ କରିଦିଆଯାଉଛି। ଏକ ପ୍ରକଳ୍ପ ପାଇଁ କଟା ଯାଉଛି ହଜାର ହଜାର ଗଛ। ବୁଲଡୋଜର ସହାୟତାରେ ପଥର ଫଟାଇ ପାହାଡ଼ ସଫା କରାଯାଉଛି। ଏଠାରେ ଏକ ବିଶାଳ ପାଣି ଟାଙ୍କି ନିର୍ମାଣ କରାଯିବ। ଯାହା ସମଗ୍ର ଭୁବନେଶ୍ୱରକୁ ପାଣି ଯୋଗାଯିବ। ଏଭଳି ପ୍ରକଳ୍ପକୁ ଏବେ ବିରୋଧ କରାଯାଉଛି । ତେବେ ଗଛକଟାକୁ ବିରୋଧ କରି ଏନଜିଟିରେ ଆବେଦନ ହୋଇଥିବାରୁ ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଛାଟ ଲାଗିଛି। ତେବେ NGTରେ ଆବେଦନ କରିଥିବା ବ୍ୟକ୍ତି କଣ କହିଛନ୍ତି ଶୁଣନ୍ତୁ। 

Advertisment
Bhubaneswar Odisha