Advertisment

ହାତୀ ମୃତ୍ୟୁ ମାମଲାରେ ଏନ୍‌ଜିଟିର ତଦନ୍ତ ଆରମ୍ଭ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ କମଳାଙ୍ଗରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT)ର ୪ ଜଣିଆ ଦଳ। ଏହି ସମୟରେ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅକ୍ଟୋବର ୨୭ ତାରିଖରେ କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ରାଜ୍ୟ ସରକାର ଗତ ୨୮ ତାରିଖ ଦିନ […]

author-image
Manoranjan Sial
ହାତୀ ମୃତ୍ୟୁ ମାମଲାରେ ଏନ୍‌ଜିଟିର ତଦନ୍ତ ଆରମ୍ଭ

89-1

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ କମଳାଙ୍ଗରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT)ର ୪ ଜଣିଆ ଦଳ। ଏହି ସମୟରେ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ଅକ୍ଟୋବର ୨୭ ତାରିଖରେ କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ରାଜ୍ୟ ସରକାର ଗତ ୨୮ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ପ୍ରଭାକର ଓ ଗିରିଶଙ୍କ ସମେତ ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ସେହିପରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କୁ ବହିଷ୍କାର କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ସସ୍‌ପେଣ୍ଡ୍ କରାଯାଇଛି।

Advertisment