Advertisment

ଅଡୁଆରେ ମୁଖ୍ୟ ଶାସନ ସଚିବ, ବେଖାତିର ଯୋଗୁ ଏନଏଚଆରସିର ସମନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମହଙ୍ଗା ପଡ଼ିଛି। କମିଶନଙ୍କ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦାଖଲ କରିବାରେ ଅହେତୁକ ବିଳମ୍ବକୁ ନେଇ ଏନ୍‌ଏଚ୍‌ଆର୍‌ସି କ୍ଷୁବ୍ଧ ହୋଇଛନ୍ତି। ନଭେମ୍ବର ୨୨ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠିଙ୍କୁ କମିଶନ ସର୍ତ୍ତମୂଳକ ସମନ୍‌ ଜାରି କରିଛନ୍ତି। ମାମଲାର […]

author-image
Manoranjan Sial
ଅଡୁଆରେ ମୁଖ୍ୟ ଶାସନ ସଚିବ, ବେଖାତିର ଯୋଗୁ ଏନଏଚଆରସିର ସମନ୍‌

nhrc

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମହଙ୍ଗା ପଡ଼ିଛି। କମିଶନଙ୍କ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦାଖଲ କରିବାରେ ଅହେତୁକ ବିଳମ୍ବକୁ ନେଇ ଏନ୍‌ଏଚ୍‌ଆର୍‌ସି କ୍ଷୁବ୍ଧ ହୋଇଛନ୍ତି। ନଭେମ୍ବର ୨୨ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠିଙ୍କୁ କମିଶନ ସର୍ତ୍ତମୂଳକ ସମନ୍‌ ଜାରି କରିଛନ୍ତି।

Advertisment

ମାମଲାର ସୂଚନା ଅନୁଯାୟୀ ୨୦୧୪ ମାର୍ଚ୍ଚ ୭ ତାରିଖରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସୁଜନପୁର ପଞ୍ଚାୟତ ଅଫିସ ପରିସରରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପକ୍କା ଗୃହର ଛାତ ପଡୁଥିଲା। ଏହି ସମୟରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଆହତ ଶ୍ରମିକ ହେଉଛନ୍ତି ନୂଆଗଡ଼ ଗୋଡିସାହିର ପ୍ରମୋଦ କୁମାର ପାଲଟାସିଂହ। ତାଙ୍କ ଦେହର ୪୦ ଭାଗରୁ ଅଧିକ ପୋଡ଼ିଯାଇଥିଲା। କଟକ ଏସ୍‌ସିବି ମେଡିକାଲ୍‌ରେ ୧୫ ଦିନ କାଳ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ହେଲେ ସେ କିଛି କାମଧନ୍ଦା କରିପାରୁନାହାନ୍ତି। ଯାହାଫଳରେ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଉନଥିଲା।

ପ୍ରମୋଦ କୁମାର ପାଲଟାସିଂହଙ୍କୁ ନ୍ୟାୟ ଦେବା ପାଇଁ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ଏକ ପିଟିସନ୍‌ ଦାୟର କରିଥିଲେ। ଯେଉଁଥିରେ ସେ ଦର୍ଶାଇଥିଲେ, ପ୍ରମୋଦଙ୍କ ଅବସ୍ଥା ପାଇଁ ବିଦ୍ୟୁତ ବିଭାଗ ଓ ବ୍ଲକର ଅଫିସରମାନେ ଦାୟୀ। ଏପରିକି ପ୍ରମୋଦଙ୍କ ପତ୍ନୀ ଡେଲାଙ୍ଗ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଥିଲା। ମାତ୍ର ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତେଣୁ ତାଙ୍କୁ(ପ୍ରମୋଦ) ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Advertisment

କମିଶନ ଏହି ପିଟିସନ୍‌କୁ ଗ୍ରହଣ କରି ଶକ୍ତି ବିଭାଗଠାରୁ ରିପୋର୍ଟ ମାଗିଥିଲେ। ବ୍ଲକ ପକ୍ଷରୁ ସେସୁକୁ ନ ଜଣାଇ ୧୧ କେଭି ଲାଇନ ତଳେ କୋଠା ନିର୍ମାଣ କାମ କରାଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଶକ୍ତି ବିଭାଗ ଜାତୀୟ ମାନବାଧିକାର କମିଶନଙ୍କୁ ରିପୋର୍ଟ ଦେଇଥିଲା। ସରକାରୀ ଅଧିକାରୀଙ୍କ ଅବହେଳାରୁ ଏପରି ଦୁର୍ଘଟଣା ଘଟିଥିବାରୁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଓ ପ୍ରମୋଦଙ୍କୁ କ୍ଷତିପୂରଣ ଅର୍ଥ କାହିଁକି ନ ଦିଆଯିବ ବୋଲି କମିଶନ ୨୦୧୮ ମସିହା ମାର୍ଚ୍ଚ ୮ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ହେଲେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ କୌଣସି ଜବାବ ଦିଆଯାଇନଥିଲା।

କମିଶନ ୨୦୧୮ ଜୁଲାଇ ଓ ଅକ୍ଟୋବରରେ ଦୁଇଟି ରିମାଇଂଡର ଓ ଗତ ଫେବୃୟାରୀ ମାସରେ ଆଉ ଗୋଟିଏ ରିମାଇଂଡର ଚିଠି ଦେଇଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଜବାବ ଦାଖଲ ହୋଇନଥିଲା। ଯେଉଁଥିରେ କ୍ଷୁବ୍ଧ ହୋଇ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ସମନ ଜାରି କରିଛନ୍ତି। ୧୫ ତାରିଖ ସୁଦ୍ଧା ଜବାବ ଦେଇ ନପାରିଲେ ୨୨ ତାରିଖରେ ନୂଆଦିଲ୍ଲୀସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ବୋଲି ଏହି ସମନରେ ଉଲ୍ଲେଖ କରାଯାଇଛି।