ଅଦ୍ୟତନ ହୋଇଛି
nia-1..
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆସିଛନ୍ତି ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (NIA) ଡିଜି ଯୋଗେଶ ଚନ୍ଦ୍ର ମୋଦି। ଏନ୍ଆଇଏ ଆଇଜି ଜି.ପି. ସିଂହ ମଧ୍ୟ ତାଙ୍କ ସହ ଆସିଛନ୍ତି । ଆଜି ପୁଲିସ୍ ଭବନରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେବେ।
Advertisment
ଆତଙ୍କବାଦୀ ମାମଲାର ତଦନ୍ତ ସମ୍ପର୍କରେ ଅଧିକାରୀଦ୍ୱୟ ପୁଲିସ୍କୁ ପ୍ରଶିକ୍ଷଣ ଦେବେ। ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ଦଫା ଏବଂ ଆଇନରେ ବ୍ୟବସ୍ଥା କ’ଣ ରହିଛି, ସେସବୁ ଦିଗ ଉପରେ ଟ୍ରେନିଂ ଦିଆଯିବ। ଦେଶରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ଟ୍ରେନିଂ କାର୍ଯ୍ୟକ୍ରମ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/nia-1...jpg)