/odisha-reporter/media/post_attachments/uploads/2020/10/nia.jpg)
nia
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାସନାଲ ଇନ୍ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇଛି। ଜଣକୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ସକାଳ ୭ଟାରୁ ପଚରାଉଚରା କରୁଛି NIA ଟିମ୍।
ଏ ସମ୍ପର୍କରେ ସୂଚନା ଦେଇ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, NIA ଜଣେ ଛାତ୍ରକୁ ପଚରାଉଚରା କରୁଥିବା ବେଳେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ । ଅପରପକ୍ଷେ ଉକ୍ତ ଛାତ୍ରଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ନୁହେଁ, ଖଣ୍ଡଗିରି ଥାନାରେ ଜେରା କରାଯାଉଛି। ଅନାବଶ୍ୟକ ଭାବେ ଅଯଥା କଳ୍ପନାଜଳ୍ପନା ନ କରିବାକୁ କହିଲେ କମିଶନର ।
ଅପରପକ୍ଷେ ସଂପୃକ୍ତ ଛାତ୍ରଙ୍କୁ ଦୀର୍ଘ ୭ ଘଣ୍ଟା ପଚରାଉଚରା କରିବା ପରେ NIA ଟିମ୍ ଖଣ୍ଡଗିରି ଥାନାରୁ ପଳାଇଥିବା ଜଣାଯାଇଛି। କାହାକୁ ଗିରଫ କିମ୍ବା ଅଟକ ରଖାଯାଇ ନାହିଁ । ଉକ୍ତ ଛାତ୍ରର ନାଁ ପ୍ରକାଶ ନ କରିବାକୁ ଓ ଖଣ୍ଡଗିରି ଥାନା ଛାଡ଼ିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରାଯାଇଛି। ଏପରି ହେଲେ ଯାଇ ସଂପୃକ୍ତ ଛାତ୍ର ଘରକୁ ଫେରି ପାରିବ ବୋଲି ପୁଲିସ୍ ତରଫରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
