ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଲା NIA

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇଛି।  ଜଣକୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ସକାଳ ୭ଟାରୁ ପଚରାଉଚରା କରୁଛି  NIA ଟିମ୍‌। ଏ ସମ୍ପର୍କରେ ସୂଚନା ଦେଇ ପୁଲିସ୍‌  କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି,  NIA  ଜଣେ ଛାତ୍ରକୁ ପଚରାଉଚରା  କରୁଥିବା ବେଳେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ । ଅପରପକ୍ଷେ ଉକ୍ତ ଛାତ୍ରଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ନୁହେଁ, ଖଣ୍ଡଗିରି ଥାନାରେ ଜେରା କରାଯାଉଛି। ଅନାବଶ୍ୟକ […]

nia

Niharika Rout
  • Published: Wednesday, 21 October 2020
  • , Updated: 21 October 2020, 02:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇଛି।  ଜଣକୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ସକାଳ ୭ଟାରୁ ପଚରାଉଚରା କରୁଛି  NIA ଟିମ୍‌।

ଏ ସମ୍ପର୍କରେ ସୂଚନା ଦେଇ ପୁଲିସ୍‌  କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି,  NIA  ଜଣେ ଛାତ୍ରକୁ ପଚରାଉଚରା  କରୁଥିବା ବେଳେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ । ଅପରପକ୍ଷେ ଉକ୍ତ ଛାତ୍ରଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ନୁହେଁ, ଖଣ୍ଡଗିରି ଥାନାରେ ଜେରା କରାଯାଉଛି। ଅନାବଶ୍ୟକ ଭାବେ ଅଯଥା କଳ୍ପନାଜଳ୍ପନା ନ କରିବାକୁ କହିଲେ କମିଶନର ।

ଅପରପକ୍ଷେ ସଂପୃକ୍ତ ଛାତ୍ରଙ୍କୁ ଦୀର୍ଘ ୭ ଘଣ୍ଟା  ପଚରାଉଚରା କରିବା ପରେ NIA ଟିମ୍‌ ଖଣ୍ଡଗିରି ଥାନାରୁ ପଳାଇଥିବା ଜଣାଯାଇଛି।  କାହାକୁ ଗିରଫ କିମ୍ବା ଅଟକ ରଖାଯାଇ ନାହିଁ । ଉକ୍ତ ଛାତ୍ରର ନାଁ ପ୍ରକାଶ ନ କରିବାକୁ ଓ ଖଣ୍ଡଗିରି ଥାନା ଛାଡ଼ିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରାଯାଇଛି। ଏପରି ହେଲେ ଯାଇ ସଂପୃକ୍ତ ଛାତ୍ର ଘରକୁ ଫେରି ପାରିବ ବୋଲି ପୁଲିସ୍‌ ତରଫରୁ କୁହାଯାଇଛି।

Related story