Advertisment

ଲୋଭ ଦେଖାଇ ଆକାଉଣ୍ଟ ଖାଲି କରିଦେଲା ଆପ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଅନ୍‌ଲାଇନ୍‌ ଆପ୍‌ରେ ଟ୍ରେଡିଂ ନାଁରେ ଠକେଇ। କମ୍‌ ବ୍ୟୟରେ ଅଧିକ ଇନ୍‌କମ୍‌ ନାଁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ‘ନାଇସ୍‌ ସେୟାର’ ଓ ‘କ୍ୱିଡକୋ’ ଅନଲାଇନ୍‌ ଆପ୍‌। ଏଭଳି ଆପ୍‌ର ଠକେଇର ଜାଲରେ ଫସିଛନ୍ତି ଗଜପତି ଓ ଗଞ୍ଜମ ଜିଲ୍ଲାର ଶହ ଶହ ଯୁବକ ଓ ଯୁବତୀ। ସରକାରୀ କର୍ମଚାରୀମାନେ ମଧ୍ୟ ଏଥିରୁ ନିସ୍ତାର ପାଇନାହାନ୍ତି। ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛି ‘ନାଇସ୍‌ ସେୟାର’ ଓ ‘କ୍ୱିଡକୋ’ ଅନଲାଇନ୍‌ ଆପ୍‌। ଏନେଇ […]

ଅଦ୍ୟତନ ହୋଇଛି
ଲୋଭ ଦେଖାଇ ଆକାଉଣ୍ଟ ଖାଲି କରିଦେଲା ଆପ୍‌

On-line-Game

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଅନ୍‌ଲାଇନ୍‌ ଆପ୍‌ରେ ଟ୍ରେଡିଂ ନାଁରେ ଠକେଇ। କମ୍‌ ବ୍ୟୟରେ ଅଧିକ ଇନ୍‌କମ୍‌ ନାଁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ‘ନାଇସ୍‌ ସେୟାର’ ଓ ‘କ୍ୱିଡକୋ’ ଅନଲାଇନ୍‌ ଆପ୍‌। ଏଭଳି ଆପ୍‌ର ଠକେଇର ଜାଲରେ ଫସିଛନ୍ତି ଗଜପତି ଓ ଗଞ୍ଜମ ଜିଲ୍ଲାର ଶହ ଶହ ଯୁବକ ଓ ଯୁବତୀ। ସରକାରୀ କର୍ମଚାରୀମାନେ ମଧ୍ୟ ଏଥିରୁ ନିସ୍ତାର ପାଇନାହାନ୍ତି। ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛି ‘ନାଇସ୍‌ ସେୟାର’ ଓ ‘କ୍ୱିଡକୋ’ ଅନଲାଇନ୍‌ ଆପ୍‌। ଏନେଇ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ପାଖରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Advertisment

ଠକାମୀରେ ଶିକାର ହୋଇଥିବା ଯୁବକ ଅଜୟ ରଇତଙ୍କ କହିବା ଅନୁସାରେ ତାଙ୍କ ପରି ଅନେକ ବ୍ୟକ୍ତିଙ୍କ ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ୍‌କୁ କରୋନା ସମୟରେ ‘ନାଇସ୍‌ ସେୟାର’ ଆପ୍‌ର ଲିଙ୍କ ଆସିଥିଲା। ସେହି ଆପ୍‌ର ଲିଙ୍କକୁ ସେୟାର କଲେ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ସେହି ଲୋଭରେ ସେୟାରରେ ଲାଗି ପଡ଼ିଲେ। ସେଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ମିଳୁଥିଲା। ଲିଙ୍କ ସେୟାର କରୁକରୁ କିଭଳି ଟଙ୍କା ଜମା କଲେ ଅଧିକ ରିଟର୍ଣ୍ଣ ମିଳିବ, ତାହା ଉପରେ ନାଇସ୍‌ ସେୟାର ଆପ୍‌ ସୂଚନା ଦେଇଥିଲା। ସେହି ଅନୁସାରେ ନିଜ ଆକାଉଣ୍ଟରେ ଟଙ୍କା ଜମା କରିବାରେ ଲାଗି ପଡ଼ିଲେ ଯୁବକ ଓ ଯୁବତୀମାନେ। ସେଥିପାଇଁ ୧୦୦ରୁ ୩୦୦ ଟଙ୍କା ରିଟର୍ଣ୍ଣ ମିଳୁଥିଲା।

ନାଇସ୍‌ ସେୟାର ଆପ୍‌ ଅଧିକ ଟଙ୍କା ରିଟର୍ଣ୍ଣ ଦେବାରୁ ଯୁବକ ଓ ଯୁବତୀମାନେ ଲୋଭରେ ପଡ଼ିଗଲେ। ସେଥିପାଇଁ ଅଧିକରୁ ଅଧିକ ଟଙ୍କା ଜମାକଲେ। ଦିନକୁ ୩୦ ହଜାର ଟଙ୍କା ୩୦ଟି ଲିଙ୍କରେ ଟ୍ରେଡିଂ କରି ହଜାର ହଜାର ଟଙ୍କା ଉପାର୍ଜନ କଲେ। ଯେତେବେଳେ ଜମାକାରୀଙ୍କ ଆକାଉଣ୍ଟରେ ୩ ଲକ୍ଷରୁ ୧୮ ଲକ୍ଷ ଟଙ୍କା ହୋଇଗଲା, ସେତେବେଳେ ମଉକା ଦେଖି ‘ନାଇସ୍‌ ସେୟାର’ ଆପ୍‌କୁ ବନ୍ଦ କରିଦେଲା କମ୍ପାନୀ। ଆଉ ସବୁ ଟଙ୍କା ନେଇଗଲା। ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଶତାଧିକ ଲୋକ। ଏହା ପରେ ଅଜୟଙ୍କ ପରି ବହୁ ଲୋକ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ପାଖରେ ଅଭିଯୋଗ କରିଛନ୍ତି।

Advertisment

ସେହିପରି ଗେମିଂ ଆପ୍‌ କ୍ୱିଡକୋ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ଲୋଭ ଦେଖାଇଥିଲା। ଟଙ୍କା ମିଳୁଥିବା ଦେଖି ଯୁବକ ଓ ଯୁବତୀମାନେ ଲକ୍ଷେ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେଟିଂରେ ଲଗାଇ ଥିଲେ। ଟଙ୍କା ଜିତିବା ହାରିବା ଭିତରେ ଲୋକେ ଟଙ୍କା ଉଠାଣ ପାଇଁ ଚେଷ୍ଟା କରିବା ବେଳେ କମ୍ପାନୀ ତାହାକୁ ବନ୍ଦ କରିବା ସହ ରିଚାର୍ଜ କରିବାକୁ କହିଥିଲା। ଟଙ୍କା ଉଠାଇବା ଲୋଭରେ ଟଙ୍କା ରିଚାର୍ଜ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କେହି ଟଙ୍କା ଫେରି ପାଇନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକମାନେ।

ସେପଟେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ଯେ, ଏଭଳି ଅନଲାଇନ୍‌ ଅପ୍‌ରେ ଅର୍ଥ ଜମାକରି ରିଟର୍ଣ୍ଣ ପାଇବା ଅତିକଷ୍ଟକର। ଲୋକଙ୍କୁ ଫସାଇବା ପାଇଁ କମ୍ପାନୀ ଗୁଡ଼ିକ ଏଭଳି ଲୋଭନୀୟ ଅଫର ଦେଇ ପରେ ଠକୁଥିବା ସେହି ଆପ୍‌ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଆଇଜି। ଗଜପତି ଜିଲ୍ଲାରୁ ଆସିଥିବା ଅଭିଯୋଗକାରୀଙ୍କ ମାମଲାକୁ ସାଇବର ଥାନାକୁ ହସ୍ତାନ୍ତର କରାଯାଇଛି। ଅତିଶୀଘ୍ର ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

Online Fraud Cyber Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe