krishna
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଣିଜୀ ସହିତ ମାମୁ ରଖିଛି ଶାରୀରିକ ସମ୍ପର୍କ! ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୨ ବର୍ଷ ଧରି ମାମୁ ନିଜର ଯୌନ ଲାଳସା ପୂରଣ କରିବା ପାଇଁ ଏମିତି ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଯାହାଫଳରେ ଭାଣିଜୀ ଏବେ ୩ ଛୁଆର ମାଆ। ଏବେ ସେ ମହିଳା କମିଶନରେ ଆଶ୍ରୟ ନେଇଛନ୍ତି।
ଅଭିଯୋଗରୁ ପ୍ରକାଶ, ସପ୍ତମ ଶ୍ରେଣୀରେ ପଢ଼ୁଥିଲେ କ୍ରିଷ୍ଣା ପଟ୍ଟନାୟକ। ସେତେବେଳେ ତାଙ୍କ ଘରକୁ ନିୟମିତ ଆସୁଥିଲେ ମାମୁ ରାଧେଶ୍ୟାମ ପଟ୍ଟନାୟକ। ସେହି ସମୟରେ ସେ କ୍ରିଷ୍ଣାଙ୍କୁ ପ୍ରେମ କରି ବସିଲେ। ଆଉ ସୁଯୋଗ ପାଇଁ ବଳପୂର୍ବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଯାହାଫଳରେ କ୍ରିଷ୍ଣା ଗର୍ଭବତୀ ହୋଇଥିଲେ। ଧୀରେ ଧୀରେ କଥା ପ୍ରଘଟ ହେଲା। ବାପା-ମାଆ ଜାଣିପାରି ତାଙ୍କ ଗର୍ଭ ନଷ୍ଟ କରିଦେବା କ୍ରିଷ୍ଣା ଅଭିଯୋଗ କରିଛନ୍ତି।
କ୍ରିଷ୍ଣା କହିଛନ୍ତି-“ଲୋକ ଲଜ୍ଜା ଭୟରେ ମୋତେ ମୋ ବାପା-ମାଆ ମାମୁ ଘରେ ଛାଡ଼ି ଦେଇଥିଲେ। ଏହା ପରେ ମୋ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। କଥା କଥାରେ ହେଉଥିଲା ମାଡ଼। ମାମୁ ମୋ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଦୀର୍ଘ ୧୨ ବର୍ଷ ଧରି ମାମୁ ମୋ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏବେ ମୁଁ ୩ ଝିଅର ମାଆ। ମାମୁ ରାଧେଶ୍ୟାମ ବାହା ନହୋଇ ମୋ ସହିତ ଶାରୀରିକ ସମ୍ପର୍କ ରଖିବାରୁ ମୁଁ ଆଜି ମାଆ ହୋଇଛି।”
କ୍ରିଷ୍ଣା ଆହୁରି କହିଛନ୍ତି-“ଥାନାରେ ବାପା-ମାଆଙ୍କ ଲିଖିତ ପ୍ରତିଶ୍ରୁତି ପରେ ମୁଁ ସେମାନଙ୍କ ସହିତ ଘରକୁ ଯାଇଥିଲି। ଦୁଇ ଦିନ ପରେ ଘରେ ପହଞ୍ଚିଥିଲା ମାମୁ ରାଧେଶ୍ୟାମ। ଆଉ ତା’ପରେ ପୁଣି ଥରେ ଆରମ୍ଭ ହେଲା ନିର୍ଯାତନା। ଗୁଣି ହୋଇଛି ବୋଲି ସନ୍ଦେହ କରି ଘୋଡ଼ା ପରିସ୍ରା ପିଆଇଲେ ଓ ଗୋବର ପାଣିରେ ଗାଧୋଇଲେ। ପରେ ଘର ଭିତରେ ବନ୍ଦୀ କରି ରଖିଲେ। ବଳି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ବିଶ୍ୱ ମାନବାଧିକାର ସୁରକ୍ଷା ସଙ୍ଗଠନ ସଦସ୍ୟାଙ୍କ ସହଯୋଗରେ ସେମାନଙ୍କ କବଳରୁ ବାହାରିଥିଲି।”
ସେ ଆହୁରି କହିଛନ୍ତି- “ବିଶ୍ୱ ମାନବାଧିକାର ସୁରକ୍ଷା ସଙ୍ଗଠନ ସଦସ୍ୟାମାନେ ମୋତେ ଉଦ୍ଧାର କରି ମହିଳା ଥାନାରେ ହାଜର କରାଇଥିଲେ। ପରେ ମୁଁ ସୁଧାର ଗୃହରେ ରହୁଛି। ପିଲାମାନେ ମାମୁ ରାଧେଶ୍ୟାମଙ୍କ ପାଖରେ ରହୁଛନ୍ତି। ଏବେ ନ୍ୟାୟ ପାଇଁ କ୍ରିଷ୍ଣା ମହିଳା କମିଶନରେ ଆଶ୍ରୟ ନେଇଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/uncle.jpg)