Advertisment

ଲାଗୁ ହେଲା ନାଇଟ କର୍ଫ୍ୟୁ, ପଇନ୍ତରା ମାରିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ହେବ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ  କରେନା କଟକଣାକୁ କଡ଼ାକଡ଼ି କରାଯାଇଛି। ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ନିୟମ ଲାଗୁ ହୋଇଛି।  ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ରାତି ୯ଟା ପରେ ପୁଲିସ ଛକ ଛକରେ ପଇଁତରା ମାରିଥିଲା। ଭୁବନେଶ୍ୱରରେ ପୁଲିସ କମିଶନର ନିଜେ ଗୋଟିଏ […]

author-image
Tapaswini Nayak
ଅଦ୍ୟତନ ହୋଇଛି
କମୁଛି କରୋନା କୋପ, ଆଜିଠୁ ହଟିଲା ନାଇଟ କର୍ଫ୍ୟୁ

night curfew

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ହେବ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ  କରେନା କଟକଣାକୁ କଡ଼ାକଡ଼ି କରାଯାଇଛି।

Advertisment

ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ନିୟମ ଲାଗୁ ହୋଇଛି।  ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

ଫଳରେ ରାତି ୯ଟା ପରେ ପୁଲିସ ଛକ ଛକରେ ପଇଁତରା ମାରିଥିଲା। ଭୁବନେଶ୍ୱରରେ ପୁଲିସ କମିଶନର ନିଜେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।

Advertisment

ସେହିପରି କଟକ ସହରରେ ମଧ୍ୟ ନାଇଟ୍ ଯୋଗୁ ରାତି ୯ଟା ପରେ ରାସ୍ତାଘାଟ ଶୂନଶାନ୍ ହୋଇଯାଇଥିଲା।  କଟକଣାକୁ ମାନି ଲୋକେ ଘରୁ  ବାହାରି ନଥିଲେ। ଯେଉଁ ଅମାନିଆ ମାନେ ବିନା କାରଣରେ ଘରୁ ବାହାରିଥିଲେ, ସେମାନଙ୍କୁ ପୁଲିସ ଅଟକାଇ ତାଗିଦ୍ କରିଥିଲା।

ସୂଚନାଯୋଗ୍ୟ, ଗତ କିଛିଦିନ ହେଲେ ରାଜ୍ୟରେ ଡେଲ୍‌ଟା ଓ ଓମିକ୍ରନ କାୟା ବିସ୍ତାର କରୁଛି। ରାଜ୍ୟରେ ଦୁଇଟି ଯାକ ଷ୍ଟ୍ରେନ୍‌ ଦୃତଗତିରେ ମାଡ଼ି ଚାଲିଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଚାଲିଛି। ତେବେ ଦ୍ରୁତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଇଛି।