Advertisment

ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ଯ୍ୟଙ୍କ ଅସନ୍ତୋଷ, କହିଲେ ତପଭୂମିକୁ ଭୋଗ ଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା। ତପଭୂମିକୁ ଭୋଗ ଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ। ଧାର୍ମୀକ ସ୍ଥଳିକୁ ପର୍ଯ୍ୟଟନ ସ୍ଥଳି କରା ନ ଯାଉ। କୌଣସି ନିର୍ମାଣ କାମ ଦ୍ୱାରା ଯେପରି ଶ୍ରୀମନ୍ଦିର ପ୍ରତି କ୍ଷତି ନପହଞ୍ଚେ, ସେମିତି କାର୍ଯ୍ୟ କରାଯିବା ଉଚିତ। ସେହିପରି […]

ଅଦ୍ୟତନ ହୋଇଛି
ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ଯ୍ୟଙ୍କ ଅସନ୍ତୋଷ, କହିଲେ ତପଭୂମିକୁ ଭୋଗ ଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ

GPRS

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା। ତପଭୂମିକୁ ଭୋଗ ଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ। ଧାର୍ମୀକ ସ୍ଥଳିକୁ ପର୍ଯ୍ୟଟନ ସ୍ଥଳି କରା ନ ଯାଉ। କୌଣସି ନିର୍ମାଣ କାମ ଦ୍ୱାରା ଯେପରି ଶ୍ରୀମନ୍ଦିର ପ୍ରତି କ୍ଷତି ନପହଞ୍ଚେ, ସେମିତି କାର୍ଯ୍ୟ କରାଯିବା ଉଚିତ।

Advertisment

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଟ୍ୱିଇଟ ଯୋଗେ ଲେଖିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀ ଜାଣି ଗଲେଣି ରାଜ୍ୟ ସରକାର ଭୁଲ କରିଛନ୍ତି। ସତ ସାହାସ ଅଛି ତ ଦିନରେ ଲୋକଙ୍କ ସାମ୍ନାରେ ସର୍ଭେ କରନ୍ତୁ। ପ୍ରଥମେ ପୁରୀ ସାଂସଦଙ୍କୁ ରାଜ୍ୟ ସରକାର ଯୋଜନା ସମ୍ପର୍କରେ କୁହନ୍ତୁ। ପରେ ଆମକୁ କହିବେ ବୋଲି ଲେଖିଛନ୍ତି ଅପରାଜିତା।

ସେହିପରି ରାତିଅଧିଆ ଜିପିଆରଏସ୍ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଘନ ଅନ୍ଧକାରରେ ଚୋର ଓ ଡକାୟତମାନେ କାମ କରନ୍ତି। କାହିଁକି ଦିନରେ କାମ ହେଉନି। ଏଥିରେ ନିଜେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ।

Advertisment

ରାତି ଅଧିଆ ଜିପିଆର ସର୍ଭେକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି, ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି। ଗୋଟିଏ ମିଛ ଲୁଚାଇବାକୁ କିଭଳି ହଜାରେ ମିଛ କହିବାକୁ ପଡ଼େ, ତାର ବି ପ୍ରମାଣ ମିଳିଛି। ରାତି ଅଧିଆ ଜିପିଆର ସର୍ଭେରୁ ଏହି ଘଟଣା ଜଣାପଡ଼ିଯାଇଛି।

ବିଜେଡି ମୁଖପାତ୍ର ସୁଲତା ଦେଓ ଟ୍ୱିଇଟରେ ପ୍ରତିକ୍ରିୟା ରଖି ଲେଖିଛନ୍ତି, ପୁରୀ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ସମ୍ବିତ୍ ଚେଷ୍ଟା କରୁଛନ୍ତି। ଜିପିଆରଏସ୍ ପୂର୍ବରୁ ହୋଇ ଡିପିଆର ଏନ୍ଏମ୍ଏକୁ ଦିଆଯାଇଥିଲା। ଯେଉଁ ସେବାୟତ ଜମି ଦେଇଛନ୍ତି, ସେମାନେ କେବେ ବି କ୍ଷମା କରିବେନି। ପ୍ରକଳ୍ପକୁ ନେଇ ରାଜନୀତି କରିବା ଛାଡ଼ନ୍ତୁ।

ସେପଟେ ଐତିହ୍ୟ ପ୍ରକଳ୍ପ ପାଇଁ ଚାଲିଥିବା ବେଆଇନ୍ ଖନନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସାମାଜିକକର୍ମୀ ଦିଲୀପ ବରାଳ ସିଧା ସିଧା କହିଛନ୍ତି, ସରକାରଙ୍କ ଗଫଲତି ଧରା ପଡ଼ିଛି। କୋର୍ଟରେ ଦାଖଲ ଜଏଣ୍ଟ ଭେରିଫିକେସନ୍ ରିପୋର୍ଟର ୯ ନମ୍ବର ପଏଣ୍ଟରେ ପ୍ରକଳ୍ପ ସ୍ଥଳରେ ଆଦୌ ଜିପିଆରଏସ୍ ସର୍ଭେ ହୋଇନଥିଲା ବୋଲି ଏଏସ୍ଆଇ ଯାହା ଦର୍ଶାଇଥିଲା ତାହା ବି ସ୍ପଷ୍ଟ ହୋଇଛି। ଏମିତିକି ବେଆଇନ୍ ଖନନ ଯୋଗୁଁ ଏମାର ମଠ ପରିସରରୁ ମିଳିଥିବା ଭଙ୍ଗା ସିଂହ ହିଁ ଅନେକ କୀର୍ତ୍ତିରାଜି ନଷ୍ଟ ହୋଇଥିବାର ବଳିଷ୍ଠ ପ୍ରମାଣ।

ସୂଚନା ଯୋଗ୍ୟ ଯେ, ଗତ କାଲି ରାତି ୧୨ଟାରେ ଲୁଚାଛପାରେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ମେସିନ୍ ଜରିଆରେ ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇ ପୀଠ ପାଖରୁ ଆରମ୍ଭ କରି ମନ୍ଦିର ଚାରିପାଖେ ସର୍ଭେ ହେଉଥିଲା। ଯାହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଓ ଏଏସ୍ଆଇ ଅନୁମତିକୁ ନେଇ ପୁଣି ଅଙ୍ଗୁଳି ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe