Advertisment

Actor Murder Case: ନ୍ୟାୟ ପାଇଲେ ନିକିତା; ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ

୨୦୧୬ ମସିହାରେ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କୁ ପ୍ରେମ ବିବାହ କରିଥିଲେ ଲିପନ ସାହୁ। କିନ୍ତୁ ବିବାହ ପରେ କୌଣସି କାରଣରୁ ସେମାନଙ୍କ ଭିତରେ ପାରିବାରିକ ବିବାଦ ଆରମ୍ଭ ହୋଇଗଲା।

Nikita
Advertisment

ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାରେ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ତୃତୀୟ ଅତରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତ। ଏହାସହ ମମାଲାରେ ଛନ୍ଦି ହୋଇଥିବା ଲିପନଙ୍କ ବାପାମା’ ଲିଙ୍ଗରାଜ ସାହୁ ଓ କୁନ୍ତଳା ସାହୁଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ଅଦାଲତ। ଏହି ରାୟକୁ ସ୍ୱାଗତ କରିବା ସହ ଦୀର୍ଘ ବର୍ଷର ନ୍ୟାୟର ଲଢ଼େଇରେ ଆଜି ଖୁସି ଅନୁଭବ ହେଉଥିବା କହିଛନ୍ତି ନିକିତାଙ୍କ ବାପାମାଆ।

Advertisment

୨୦୧୬ ମସିହାରେ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କୁ ପ୍ରେମ ବିବାହ କରିଥିଲେ ଲିପନ ସାହୁ। କିନ୍ତୁ ବିବାହ ପରେ କୌଣସି କାରଣରୁ ସେମାନଙ୍କ ଭିତରେ ପାରିବାରିକ ବିବାଦ ଆରମ୍ଭ ହୋଇଗଲା। ୨୦୧୮ ମସିହାରେ ନିକିତା ଓ ଲିପନ ଜନକଜନନୀ ହୋଇଥିଲେ। ସେମାନଙ୍କ କୋଳରୁ ଏକ ଶିଶୁ ପୁତ୍ର ଆସିଥିଲା। ତା’ପରେ ସେମାନଙ୍କ ମଧ୍ୟରେ ବିବାଦ ବଢ଼ିଯାଇଥିଲା। ତେଣୁ ନିକିତା ଅଧିକାଂଶ ସମୟରେ କଟକ ମହାନଦୀ ବିହାର ସ୍ଥିତ ତାଙ୍କ ବାପ ଘରେ ରହୁଥିଲେ।

୨୦୧୯ ଜାନୁଆରୀ ୪ରେ ସନ୍ଧ୍ୟା ଲିପନ ଶ୍ୱଶୁର ଘରକୁ ଯାଇଥିଲେ। ସେମାନେ କୌଣସି ବିଷୟରେ କଥା ହେବାକୁ ଛାତ ଉପରକୁ ଯାଇଥିଲେ। କିଛି ସମୟ ପରେ ଛାତରୁ କିଛି ପଡ଼ିବା ଶବ୍ଦ ଶୁଣିବାକୁ ମିଳିଥିଲା। ଖୋଜାଖୋଜି କଲା ପରେ ଦେଖାଗଲା ଯେ ନିକିତା ତଳେ ପଡ଼ିଥିଲେ ଓ ତାଙ୍କ ଶରୀରରେ କ୍ଷତ ଥିଲା। ଆହତ ଅବସ୍ଥାରେ ନିକିତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା। କିନ୍ତୁ ପରେ ନିକିତାଙ୍କୁ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ନିକିତାଙ୍କୁ ଲିପନ ଛାତ ଉପରକୁ ଠେଲି ଦେଇଥିବା ନେଇ ତାଙ୍କ ବାପ ଘର ଲୋକେ ଚଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ନିକିତାଙ୍କ ସ୍ୱାମୀ ଲିପନ ଓ ଶାଶୁ-ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆବଦେନକାରୀଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ନିକିତାଙ୍କ ହତ୍ୟା କରାଯାଇଛି ବୋଲି ପ୍ରମାଣ କରିବା ତାଙ୍କ ବାପାମା’ଙ୍କ ପାଇଁ କଷ୍ଟଦାୟକ ଥିଲା। କାରଣ ମେଡିକାଲ ରିପୋର୍ଟରେ ସ୍ପଷ୍ଟତା ନଥିଲା। ସେମାନେ କହିଥିଲେ ଯେ ଏହା ଦୁର୍ଘଟଣା ନୁହେଁ। ଏହା ହତ୍ୟା କିମ୍ବା ଆତ୍ମହତ୍ୟା ହୋଇପାରେ। ଏହି ପରିପେକ୍ଷୀରେ ଆମକୁ ପ୍ରମାଣ କରିବାର ଥିଲା ଯେ ଏହା ଏକ ହତ୍ୟା। ଚାକ୍ଷୁସ ପ୍ରମାଣ କିଛି ନଥିଲା। କାରଣ ଛାତ ଉପରେ କେବଳ ନିକିତା ଓ ତାଙ୍କ ସ୍ୱାମୀ ଥିଲେ। ତେଣୁ ପାରିପାର୍ଶ୍ୱିକ ଅବସ୍ଥାକୁ ନେଇ ଆମକୁ ଏହା ହତ୍ୟା ବୋଲି ପ୍ରମାଣ କରିବାକୁ ପଡ଼ିଲା। ସେମାନଙ୍କ ଭିତରେ ମନାନ୍ତର/ମତାନ୍ତର ଥିଲା। ସେମାନଙ୍କ ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ ସଂପର୍କ ନଥିଲା। ସେମାନେ ଘର ଭିତରେ ଥିବା ବେଳେ ହଠାତ୍ କୌଣସି ପ୍ରସଙ୍ଗରେ ରଗାରଗି ହୋଇ ଛାତ ଉପରକୁ ଯାଇଥିଲେ ଓ ପରେ ନିକିତା ଛାତରୁ ପଡ଼ିଥିଲେ। ଏଣୁ ଏଠାରେ ଏକମାତ୍ର ଚାକ୍ଷୁସ ପ୍ରମାଣ ଥିଲେ ତାଙ୍କ ସ୍ୱାମୀ। ଜମାନବନ୍ଦୀ ଦେବା ବେଳେ ଲିପନ କଥାଟାକୁ ଫାଙ୍କିବାକୁ ଚେଷ୍ଟା କଲେ। ଦୁଇ ଜଣ ଲୋକ ଥିଲେ। ଜଣେ ମରିଗଲେ। ମୃତକଙ୍କ ଦେହରେ କ୍ଷତ ହୋଇଥିଲା। କିନ୍ତୁ ଅନ୍ୟ ଜଣଙ୍କ କୋର୍ଟଙ୍କୁ ଠିକ୍‌ରେ ତଥ୍ୟ ଦେଉନି।ତା’ମାନେ ଆଇନ ଅନୁସାରେ ସେହି ବ୍ୟକ୍ତି କିଛି ଲୁଚାଇବାକୁ ଚେଷ୍ଟା କରୁଛି। ଏହା ଆଧାରରେ ତଥା ଓଡ଼ିଶା ହାଇକୋର୍ଟ ହେଉବା ସୁପ୍ରିମକୋର୍ଟ ହେଉ, ପୂର୍ବରୁ ଯେଉଁ ନଜିର ରହିଛି, ତା’ ଆଧାରରେ ସେ ହିଁ ହତ୍ୟାକାରୀ ବୋଲି ପ୍ରମାଣିତ ହେଲା। ଏହା ବ୍ୟତୀତ ଅନ୍ୟାନ୍ୟ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ କୋର୍ଟ ନିକିତାଙ୍କ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ତାଙ୍କ ବାପାମା’ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe