Advertisment

ନୀଳଗିରି ତହସିଲଦାର୍‌ ଓ ବିଧାୟକଙ୍କ ଗଣ୍ଡଗୋଳ ପଛରେ କିଏ?

ନୀଳଗିରି(ବିଶ୍ୱମ୍ୱର ଦାସ): ନୀଳଗିରିରେ ତହସିଲଦାର ସୁଶ୍ରୀତା ଟୁଡୁ ଓ ବିଧାୟକ ସୁକାନ୍ତ ନାୟକଙ୍କ ମଧ୍ୟରେ ଲାଗିଥିବା ବିବାଦ ଥମିଛି। କିନ୍ତୁ ଲିଭିନି ଅସନ୍ତୋଷର ନିଆଁ। ତେବେ ତହସିଲଦାର ଓ ବିଧାୟକ ତେରିମେରି ପଛର ଅସଲ କାରଣ କିଏ? କେଉଁଠୁ ଓ କାହିଁକି ଆରମ୍ଭ ହେଲା ତୁ ତୁ ମେ ମେ? କିଏ ଏହି ଗଣ୍ଡଗୋଳର ମୁଖ୍ୟ ସୁତ୍ରଧର? ଭାଇରାଲ୍ ହୋଇଥିବା ତହସିଲ୍‌ଦାର-ବିଧାୟକଙ୍କ କଳି ଭିଡ଼ିଓ ଅନୁସାରେ, ବିଧାୟକ ସୁକାନ୍ତ ନାୟକଙ୍କ ସହ ପାଟିତୁଣ୍ଡ ପୂର୍ବରୁ ତହସିଲଦାର ଜଣେ […]

ଅଦ୍ୟତନ ହୋଇଛି
ନୀଳଗିରି ତହସିଲଦାର୍‌ ଓ ବିଧାୟକଙ୍କ ଗଣ୍ଡଗୋଳ ପଛରେ କିଏ?

who-is-the-main-vilian

Advertisment

ନୀଳଗିରି(ବିଶ୍ୱମ୍ୱର ଦାସ): ନୀଳଗିରିରେ ତହସିଲଦାର ସୁଶ୍ରୀତା ଟୁଡୁ ଓ ବିଧାୟକ ସୁକାନ୍ତ ନାୟକଙ୍କ ମଧ୍ୟରେ ଲାଗିଥିବା ବିବାଦ ଥମିଛି। କିନ୍ତୁ ଲିଭିନି ଅସନ୍ତୋଷର ନିଆଁ। ତେବେ ତହସିଲଦାର ଓ ବିଧାୟକ ତେରିମେରି ପଛର ଅସଲ କାରଣ କିଏ? କେଉଁଠୁ ଓ କାହିଁକି ଆରମ୍ଭ ହେଲା ତୁ ତୁ ମେ ମେ? କିଏ ଏହି ଗଣ୍ଡଗୋଳର ମୁଖ୍ୟ ସୁତ୍ରଧର?

Advertisment

ଭାଇରାଲ୍ ହୋଇଥିବା ତହସିଲ୍‌ଦାର-ବିଧାୟକଙ୍କ କଳି ଭିଡ଼ିଓ ଅନୁସାରେ, ବିଧାୟକ ସୁକାନ୍ତ ନାୟକଙ୍କ ସହ ପାଟିତୁଣ୍ଡ ପୂର୍ବରୁ ତହସିଲଦାର ଜଣେ ବ୍ୟକ୍ତିଙ୍କୁ ଅଙ୍ଗୁଳି ଦେଖାଉଛନ୍ତି। ସେ ହେଉଛନ୍ତି ବାବୁଲି ଷଡ଼ଙ୍ଗୀ। ନୀଳଗିରି ବିଜେଡି ଲିଗାଲ୍ ସେଲ୍ର ଆବାହକ। କେବଳ ସେତିକି ତାଙ୍କର ପରିଚୟ ନୁହେଁ। ବାବୁଲି ହେଉଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସାନଭାଇ। ଯିଏ ମୋହରିରଙ୍କ ଚାଳିଆ ଭଙ୍ଗାଯିବା ସମୟରେ ପ୍ରଥମେ ତହସିଲଦାରଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ପ୍ରଶ୍ନ କରିଥିଲେ ତହସିଲଦାର। ଠିକ୍‌ ଏହି ସମୟରେ ବିଧାୟକ ଏଣ୍ଟ୍ରି ମାରିଥିଲେ। ଆଉ ତା’ପରେ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ଏହି ବିବାଦକୁ ନେଇ ଉଭୟ ପକ୍ଷର ଏତଲା ଆଧାରରେ ନୀଳଗିରି ପୁଲିସ୍ ୪ଟି ମାମଲା ରୁଜୁ କରି ତଦନ୍ତ କରୁଛି।

ତେବେ ବାବୁଲି କହିଛନ୍ତି, “ମୋ ନାଁରେ ୩୨ଟି ମାମଲା ରହିଛି। ମୁଁ ସେହି ଅଭିଯୋଗକୁ କେୟାର କରେନି। ପ୍ରତାପ ଷଡଙ୍ଗୀ ମୋର ବଡ଼ଭାଇ, ନମସ୍ୟ। ମୁଁ ପ୍ରତାପ ଷଡ଼ଙ୍ଗୀଙ୍କର କେହି ନୁହଁ। ତାଙ୍କର ମୋର ବ୍ୟକ୍ତିଗତ ସମ୍ପର୍କ ନାହିଁ।”

Advertisment

ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ତହସିଲଦାର-ବିଧାୟକଙ୍କ ଗଣ୍ଡଗୋଳକୁ ନେଇ କାଲି ଦିନ ତମାମ ଲାଗିରହିଥିଲା ଛକାପଞ୍ଛା। ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ୧୫ ଘଣ୍ଟା ଅନଶନରେ ବସିଥିଲେ ବିଧାୟକ ସୁକାନ୍ତ ନାୟକ। ଶେଷରେ ଜିଲ୍ଲାପାଳ ରାତିରେ ଘଟଣାସ୍ଥଳକୁ ଯାଇ ପ୍ରତିଶ୍ରୁତି ଦେବା ପରେ ଅନଶନ ଭାଙ୍ଗିଥିଲେ ବିଧାୟକ। ଜିଲ୍ଲାପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଗତକାଲି ଭଙ୍ଗାଯାଇଥିବା ଚାଳିଆ ଗୁଡ଼ିକର ମରାମତି କରାଯିବ। ଏହାପରେ ଉଚ୍ଛେଦ କରାଯିବ ନା ନାହିଁ, ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ। ସେପଟେ ବିବାଦ ପରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତହସିଲଦାର ସୁଶ୍ରିତା ଟୁଡୁ ଛୁଟିରେ ଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe