Advertisment

ନୀଳଗିରି ଏନ୍ଏସି ଶଟଡାଉନ୍

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଶଟଡାଉନ୍‌ ଘୋଷଣା କରାଯାଇଛି। ଗତକାଲି ମଧ୍ୟ ରାତ୍ରରୁ ଆସନ୍ତା ୧୧ ତାରିଖ ସକାଳ ୫ଟା ଯାଏ ଶଟଡାଉନ୍‌ କଟକଣା ବଳବତ୍ତର ରହିବ ବୋଲି ନୀଳଗିରି ଉପଜିଲ୍ଲାପାଳ ଘୋଷଣା କରିଛନ୍ତି । ଗତକାଲି ମଧ୍ୟରାତ୍ରରୁ ଶଟଡାଉନ୍‌ କଟକଣା ଲାଗୁ ହୋଇଥିଲେ ମଧ୍ୟ ଆଜି ସକାଳୁ ମଧ୍ୟାହ୍ନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସେହିପରି ବ୍ୟାଙ୍କ ମଧ୍ୟ ସକାଳ […]

author-image
Niharika Rout
ନୀଳଗିରି ଏନ୍ଏସି ଶଟଡାଉନ୍

shut-down-2

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଶଟଡାଉନ୍‌ ଘୋଷଣା କରାଯାଇଛି। ଗତକାଲି ମଧ୍ୟ ରାତ୍ରରୁ ଆସନ୍ତା ୧୧ ତାରିଖ ସକାଳ ୫ଟା ଯାଏ ଶଟଡାଉନ୍‌ କଟକଣା ବଳବତ୍ତର ରହିବ ବୋଲି ନୀଳଗିରି ଉପଜିଲ୍ଲାପାଳ ଘୋଷଣା କରିଛନ୍ତି ।

Advertisment

ଗତକାଲି ମଧ୍ୟରାତ୍ରରୁ ଶଟଡାଉନ୍‌ କଟକଣା ଲାଗୁ ହୋଇଥିଲେ ମଧ୍ୟ ଆଜି ସକାଳୁ ମଧ୍ୟାହ୍ନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସେହିପରି ବ୍ୟାଙ୍କ ମଧ୍ୟ ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ। ସୋମବାର ମଧ୍ୟ ଏହି ନିୟମ ଲାଗୁ କରାଯିବ। କିନ୍ତୁ  ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ୍‌ ଥିବାରୁ ସବୁ ଦୋକାନ, ବଜାର ବନ୍ଦ ରହିବ। ଏହାପରେ ମଙ୍ଗଳବାର ସକାଳ ୫ଟାରୁ ଶଟଡାଉନ୍‌ କଟକଣା ଉଠିଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

Shut Down